ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ପଂଜାବର ଲୁଧିଆନା କଂଗ୍ରେସ ସାଂସଦ ରଭନୀତ ସିଂହ ବିଟ୍ଟୁ: ଦଳ ପରିବର୍ତନ କରିବା ନେଇ ଜୋର ଧରିଲା ଚର୍ଚ୍ଚା

ଚଳିତ ୫ ବିଧାନସଭା ନିର୍ବାଚନରେ କଂଗ୍ରେସ ର ଶୋଚନୀୟ ପରାଜୟ ହୋଇଛି | ଦଳ ସବୁଠି ପରାଜୟର ମୁହଁ ଦେଖିଚି | ଫଳରେ କଂଗ୍ରେସ କୁ ଝଟକା ଲାଗିଥିବା ବେଳେ, ଦଳୀୟ ସାଂସଦ ରଭନୀତ ବିଟ୍ଟୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି | କଂଗ୍ରେସ ସାଂସଦ ମୋଦୀଙ୍କୁ ଭେଟିବା ପର ଠାରୁ ଜାତୀୟ ଗଣମାଧ୍ୟମରେ ପୂର୍ବାନୁମାନ ସଂପର୍କିତ ଖବର ପ୍ରକାଶ ପାଇଛି। ଏହି ଭେଟକୁ ନେଇ ଅନୁମାନ କରାଯାଉଛି ଯେ, ଲୁଧିଆନାର ବରିଷ୍ଠ କଂଗ୍ରେସ ନେତା ଦଳ ପରିବର୍ତ୍ତନ କରିବେ କି?

ପଂଜାବର ଲୁଧିଆନା କଂଗ୍ରେସ ସାଂସଦ ରଭନୀତ ସିଂହ ବିଟ୍ଟୁଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର ଅସଲ ଉଦ୍ଦେଶ୍ୟ ହେଲା ପଂଜାବର ପ୍ରସଙ୍ଗରେ ଚର୍ଚ୍ଚା କରିବା। ବିଟ୍ଟୁଙ୍କ ଅତିନିକଟତର ମଧ୍ୟ ସ୍ବୀକାର କରିନାହାନ୍ତି ଯେ, ସାଂସଦ କଂଗ୍ରେସ ଛାଡୁଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କୁ ୧୯୯୫ରେ ହତ୍ୟା ପରେ ବିଟ୍ଟୁ ପାର୍ଟିରେ ଜଣେ ପ୍ରଭାବଶାଳୀ ନେତା।

ବରିଷ୍ଠ କଂଗ୍ରେସ ନେତା ରଭନୀତ ବିଟ୍ଟୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହୋଇଥିବା ସାକ୍ଷାତକାରର ଫଟୋ ଟୁଇଟ୍‌ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ପଂଜାବ ପ୍ରସଙ୍ଗରେ ଚର୍ଚ୍ଚା କରିଛ। ପଂଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ଠାରୁ ହାରିବା ପରେ ରାଜ୍ୟ କଂଗ୍ରେସ ଏବେ ନୀରବ ରହିଛି। ତେବେ କଂଗ୍ରେସକୁ ପକ୍ଷରୁ ରଭନୀତଙ୍କ ମୋଦୀଙ୍କୁ ସାକ୍ଷାତ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ |

Related Posts