ପଞ୍ଜାବ କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ହ୍ୟାକ; ଗୋଟିଏ ଘଣ୍ଟାରେ ପୋଷ୍ଟ ହେଲା ୧୦୦ରୁ ଅଧିକ ପୋଷ୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ହ୍ୟାକ । ହ୍ୟାକରମାନେ ଆକାଉଣ୍ଟର ଡିପି ଅପସାରଣ କରିଛନ୍ତି । ଏବଂ ପୃଷ୍ଠଭୂମି ଚିତ୍ରକୁ ପରିବର୍ତ୍ତନ କରାଯାଇଛି । ଏହା ସହିତ ଶହ ଶହ ଉପଭୋକ୍ତାଙ୍କୁ ଟ୍ୟାଗ୍ କରି ଅନେକ ଟ୍ୱିଟ କରିଥିବାର ଦେଖିବାକୁ ମିଳିଛି ।

ହ୍ୟାକର୍ସ ହ୍ୟାଣ୍ଡେଲକୁ ହ୍ୟାକ୍ କରି ଏହା ଉପରେ ଏନଏଫଟି ଟ୍ରେଣ୍ଡିଂ ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ ବରଂ ହ୍ୟାକରମାନେ ମାତ୍ର ୪୫ ମିନିଟରେ ୧୦୦ରୁ ଅଧିକ ଟ୍ୱିଟ ପୋଷ୍ଟ କରିଛନ୍ତି । ଏହା ସହ ଅନେକଙ୍କୁ ଟ୍ୟାଗ ମଧ୍ୟ କରାଯାଇଥିଲା । ଏଥିମଧ୍ୟରୁ ଅଧିକାଂଶ ଏନଏଫଟି ଏବଂ କ୍ରିପ୍ଟୋକ୍ୟୁରେନ୍ସି ସହିତ ସଂଯୁକ୍ତ ଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts