ଟାକ୍ସ ବୃଦ୍ଧିକୁ ନେଇ ତେଜିଲା ଅସନ୍ତୋଷ: ଶ୍ରୀଲଙ୍କାରେ ପୁଣି ଥରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଳୀ : ଘୋର ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାରେ ପୁଣି ଥରେ ବିରୋଧ ମୁଣ୍ଡ ଟେକିଛି । ଶ୍ରୀଲଙ୍କାଙ୍କୁ ନୂଆ ରାଷ୍ଟ୍ରପତି ମିଳିବା ପରେ ମଧ୍ୟ ଦେଶର ସଙ୍କଟ ଦୂର ହେଉନାହିଁ। ଲୋକମାନେ ଗତ ୭୦ ବର୍ଷ ମଧ୍ୟରେ ସବୁଠୁ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରୁଛନ୍ତି। ଏବେ ଶ୍ରୀଲଙ୍କାରେ ପୁଣି ଥରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ଟାକ୍ସ ବୃଦ୍ଧି, ମୁଦ୍ରାସ୍ଫୀତିକୁ ନେଇ ବୁଧବାର କଲମ୍ବୋରେ ଅନେକ ସଂଖ୍ୟାରେ ଲୋକମାନେ ଶାସନ-ପ୍ରଶାସନ ବିରୋଧରେ ଆନ୍ଦୋଳନ କରିଛନ୍ତି। ବିରୋଧୀ ଦଳ, ଟ୍ରେଡ ୟୁନିୟନ ଏବଂ ସାମାଜିକ ସଂଗଠନ ମିଳିତ ଭାବରେ ଏହି ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ଘର ଏବଂ ଅନ୍ୟ ମନ୍ତ୍ରାଳୟ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲ। କିନ୍ତୁ ବିକ୍ଷୋଭକାରୀଙ୍କୁ ସେଠାରୁ ପହଞ୍ଚିବା ପୂର୍ବରୁ ଅଟକାଇଥିଲେ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ଚଳିତ ବର୍ଷ ବିଦେଶୀ ମୁଦ୍ରା ଭଣ୍ଡାରରେ ରେକର୍ଡ ହ୍ରାସ ଯାଗୁଁ ଆର୍ଥିକ ସଙ୍କଟରେ ଫସିରହିଛି। ଫଳରେ ପେଟ୍ରୋଲ-ଡିଜେଲ, ରନ୍ଧନ ଗ୍ୟାସ୍ ସହ ଖାଦ୍ୟ ସାମଗ୍ରୀ ଏବଂ ଅତ୍ୟାବଶ୍ୟକ ଜିନିଷର ଦର ମଧ୍ୟ ଅନେକ ଗୁଣାରେ ବଢ଼ିଛି। ଦେଶକୁ ଆମଦାନୀ କରାଯାଉଥିବା ସାମଗ୍ରୀ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି।

ଉଲ୍ଲେଖଯୋଗ୍ୟ, ଜୁଲାଇରେ ବ୍ୟାପକ ବିରୋଧ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶରୁ ପଳାୟନ କରିଥିଲେ। ବିକ୍ଷୋଭକାରୀ ତାଙ୍କ କାର୍ଯ୍ୟାଳୟ ଏବଂ ବାସଭବନକୁ ନିଜ ଅକ୍ତିଆରକୁ ନେଇଥିଲେ। ତେବେ ରାଜପକ୍ଷେ ପରେ ରାନିଲ ବିକ୍ରମସିଙ୍ଘେ ରାଷ୍ଟ୍ରପତି ଭାବରେ ଦାୟିତ୍ବ ନେଇଥିଲେ। ବିକ୍ରମସିଙ୍ଘେ ୧୪ ନଭେମ୍ବରରେ ନିଜ ପ୍ରଥମ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି

Related Posts