୩ ବରିଷ୍ଠ IPSଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୩ ବରିଷ୍ଠ IPSଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଲେ ସରକାର। ୧୯୯୩ ବ୍ୟାଚ୍‌ର ୩ IPSଙ୍କୁ ଡିଜି ପାହ୍ୟାକୁ ମିଳିଛି ପଦୋନ୍ନତି। ୧୯୯୩ ବ୍ୟାଚ୍‌ର IPS ଅଫିସର ବିନୟତୋଷ ମିଶ୍ର ଓ ଆରପି କୋଚେଙ୍କୁ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି | ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଶାନ୍ତ ନାଥଙ୍କୁ ମଧ୍ୟ ଡିଜି ପାହ୍ୟା ମିଳିଛି |

ସେହିପରି ଗତକାଲି ରାଜ୍ୟର ୮ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଥିଲେ ସରକାର। ୨୦୦୦ ବ୍ୟାଚ୍‌ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୦ ବ୍ୟାଚ୍‌ ଆଇପିଏସ୍ ଅଫିସର ପ୍ରତୀକ ମହାନ୍ତଙ୍କୁ ମଧ୍ୟ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା।

ସେହିପରି ୨୦୦୭ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ ଓ ନିତି ଶେଖରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା। ଅନ୍ୟପଟେ ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପିନାକ ମିଶ୍ର, ବି. ଯୁଗୋଳ କିଶୋର କୁମାର ଓ ବି. ଗଙ୍ଗାଧରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦେଇଥିଲେ ସରକାର।

Related Posts