(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଗତ ମାସରେ ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟାର୍ପଣକୁ ଅନୁମୋଦନ କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମରେ ବ୍ରିଟିଶ କୋର୍ଟ ତାଙ୍କୁ ଠକେଇ ଏବଂ ଅର୍ଥିକ ଅନିୟମିତତା କାରବାରରେ ଦୋଷୀ ସାବ୍ୟସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ପଳାତକ ହୀରା ବ୍ଯବସାୟୀ ନୀରବ ମୋଦୀ ଏବଂ ବିଜୟ ମାଲ୍ୟାଙ୍କୁ ବ୍ରିଟେନରୁ ଶୀଘ୍ର ଭାରତ ପ୍ରତ୍ୟର୍ପଣ ପାଇଁ ଆଲୋଚନା କରିଛନ୍ତି। ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛନଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଆର୍ଥିକ ହେରଫେର କରିଥିବା ଏହି ଅପରାଧୀଙ୍କୁ ଖୁବ୍ ଶୀଘ୍ର ଭାରତକୁ ପଠାଯିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ବାର୍ତ୍ତାଳାପ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ସନ୍ଦୀପ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଗତ ମାସରେ ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମରେ ବ୍ରିଟିଶ କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟାର୍ପଣକୁ ଅନୁମୋଦନ କରିଥିଲେ। ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପରେ ନୀରବ ମୋଦୀ ଦ୍ୱିତୀୟ ହାଇ-ପ୍ରୋଫାଇଲ ଅପରାଧୀ, ଯାହାର ପ୍ରତ୍ୟାର୍ପଣ ବ୍ରିଟେନର ଏକ ଟ୍ରାଏଲ କୋର୍ଟ ଦ୍ୱାରା ସ୍ପଷ୍ଟ କରାଯାଇଛି। ଏପ୍ରିଲ୍ 2020 ରେ ମାଲ୍ୟା ପ୍ରତ୍ୟାର୍ପଣ ବିରୁଦ୍ଧରେ ଆବେଦନ କରି ହାରିଥିଲେ ଏବଂ ଆସନ୍ତା ମାସରେ ବ୍ରିଟେନ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାର ସୁଯୋଗ ପାଇଥିଲେ କିନ୍ତୁ ବ୍ରିଟିଶ୍ ସରକାର ଦାବି କରିଛନ୍ତି ଯେ ତାଙ୍କ ପ୍ରତ୍ୟାର୍ପଣ ଏକ “ଗୋପନୀୟ ଆଇନଗତ ପ୍ରସଙ୍ଗ” ଦ୍ୱାରା ପରିଚାଳିତ ହେଉଛି। ମାଲ୍ୟାଙ୍କ ମାମଲା ସହ ପରିଚିତ ଅଧିକାରୀମାନେ କହିଛନ୍ତି ଯେ ସେ ବ୍ରିଟେନରେ ଆଶ୍ରୟ ନେଇଛନ୍ତି ଏବଂ ବ୍ରିଟିଶ କର୍ତ୍ତୃପକ୍ଷ ତାଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବାକୁ କେତେ ସମୟ ନେବେ ତାହା ସ୍ପଷ୍ଟ ହୋଇନାହିଁ। “ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ଯେ ବ୍ରିଟେନରେ ଅପରାଧିକ ନ୍ୟାୟ ବ୍ୟବସ୍ଥାର ନିୟମ ହେତୁ ସେ କିଛି ଆଇନଗତ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ, କିନ୍ତୁ ସେ ଏହି ଅପରାଧୀ ମାନଙ୍କୁ ଶୀଘ୍ର ପ୍ରତ୍ୟାର୍ପଣ କରାଯିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବେ ” ବୋଲି ଚକ୍ରବର୍ତ୍ତୀ କହିଛନ୍ତି।
ମାର୍ଚ୍ଚ 2019 ଠାରୁ ନିରବ ମୋଦୀ ଲଣ୍ଡନ ଉପକଣ୍ଠ ୱାଣ୍ଡସୱର୍ଥ ଜେଲରେ ରହିଆସୁଛନ୍ତି । ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ ଅନୁରୋଧ ଆଧାରରେ ଗିରଫ କରାଯାଇଥିଲା। ସିବିଆଇ ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅଧିକାରୀମାନେ ନିଶ୍ଚିତ ଅଛନ୍ତି ଯେ ତାଙ୍କ ବିରୋଧରେ ଠକେଇ ଏବଂ ଆର୍ଥିକ ହେରଫେର ମାମଲାର ଠୋସ ପ୍ରମାଣ ଥିବାରୁ ବ୍ରିଟେନ ହାଇକୋର୍ଟ ନୀରବ ମୋଦୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବେ।
Related Posts
-
Copyright © SatyaPatha2021