ରାଷ୍ଟ୍ରପତି ନିର୍ବାଚନ; ପ୍ରଥମ ରାଉଣ୍ଡ ଗଣତି ଶେଷ, ୫୪୦ ସାଂସଦଙ୍କ ଭୋଟ ସହ ବହୁ ଆଗରେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ନିର୍ବାଚନ ପାଇଁ ପାଇଁ ଆଜି ଭୋଟ ଗଣତି ଅନୁଷ୍ଠିତ ହେଉଛି। ତେବେ ପ୍ରଥମ ରାଉଣ୍ଡରେ ସମସ୍ତ ସାଂସଦ ମାନଙ୍କର ଭୋଟ ଗଣତି କରାଯାଇଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଯଶୋବନ୍ତ ସିହ୍ନାଙ୍କ ଠାରୁ ବହୁ ଆଗରେ ରହିଛନ୍ତି ଦ୍ରୌପଦୀ ମୁର୍ମୁ। ଏହି ରାଉଣ୍ଡରେ ମୋଟ ୭୪୮ ସାଂସଦଙ୍କ ଭୋଟ ମଧ୍ୟରୁ ଦ୍ରୌପଦୀଙ୍କୁ ୫୪୦ ସାଂସଦଙ୍କ ଭୋଟ ମିଳିଥିବା ବେଳେ ଯଶୋବନ୍ତ ସିହ୍ନା ଙ୍କୁ ୨୦୮ ସାଂସଦଙ୍କ ଭୋଟ ମିଳିଛି। ଏନେଇ ରାଜ୍ୟସଭା ସେକ୍ରେଟରୀ ତଥା ରାଷ୍ଟ୍ରପତି ନିର୍ବାଚନ ର ରିଟର୍ଣିଂ ଅଫିସର ପି ସି ମୋଡି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଥମ ରାଉଣ୍ଡରେ ମିଳିଥିବା ଭୋଟ ମୂଲ୍ୟ ରହିଛି ୩ ଲକ୍ଷ ୭୮ ହଜାର ଭୋଟ। ସେଭଳି ସିହ୍ନାଙ୍କୁ ପ୍ରଥମ ରାଉଣ୍ଡରେ ମିଳିଥିବା ଭୋଟ ମୂଲ୍ୟ ୧ଲକ୍ଷ ୪୫ ହଜାର ୬୦୦। ଏହା ସହିତ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗଣତି ଶେଷ ହୋଇଛି। ଏଥିରେ ୧୫ଟି ଭୋଟ୍‌ ନାକଚ ହୋଇଥିବାର ଜଣାପଡିଛି।

Related Posts