ଦେଶର ନୂଆ କେନ୍ଦ୍ରୀୟ ଭିଜିଲାନ୍ସ କମିଶନରଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର ଦେଶର ନୂଆ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର( ସିଭିସି ) ଶପଥ ଗ୍ରହଣ କରିଛନ୍ତି। ଦେଶର ନୂଆ ସିଭିସି ଶ୍ରୀ ସୁରେଶ ଏନ ପଟେଲଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଆଜି ଦିନ ଦଶଟାରେ ଏହି ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ମଧ୍ୟ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଶ୍ରୀ ପଟେଲ ସିଭିସିରେ କାର୍ଯ୍ୟକାରୀ କମିଶନର ଭାବେ କାର୍ଯ୍ୟ କରୁଥିଲେ। ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଅଧିକାରୀ ସଂଜୟ କୋଠାରୀ ସିଭିସି ଭାବେ ତାଙ୍କର କାର୍ଯ୍ୟକାଳ ପୁରଣ ପରେ ଏହି ପଦବୀ ଏକ ବର୍ଷ ଧରି ଖାଲିଥିଲା। ବର୍ତ୍ତମାନ ଶ୍ରୀ ଏନ ପଟେଲ ଏହି ଦାୟିତ୍ବ ଗ୍ରହଣ କଲେ। ତାଙ୍କର ନିଯୁକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟ ଚୁଡାନ୍ତ କରିବା ପରେ ଘୋଷଣା କରାଯାଇଥିଲା। ଶ୍ରୀ ପଟେଲ ପୂର୍ବରୁ ଆନ୍ଧ୍ର ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଥିଲେ।

Related Posts