ସୁଲୋଚନାଙ୍କ ପଛରେ ପ୍ରତାପ ଓ ବାଲାକ୍ରିଷ୍ଣନଙ୍କ ଲବି

ଅଂଶୁମାନ ପଟ୍ଟନାୟକ

ସତ୍ୟପାଠ, ବ୍ୟୁରୋ, ୦୬/୦୩: ବିଜେଡି ର ବିଏମସି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଙ୍କୁ ନେଇ ଏବେ ଜୋରରେ ଚର୍ଚ୍ଚା ଚାଲିଛି। ଯେଉଁ ପ୍ରଶ୍ନ କୁ ଆଲୋଚନା ତାହା ହେଲା ସୁଲୋଚନା ବାଜି ମାରିନେଲେ କେମିତି? ମେୟର ପୋଷ୍ଟ ପାଇଁ ସୁଲୋଚନା ଙ୍କ ନାଁରେ ମୋହର ମାରିବା ପାଇଁ ପାର୍ଟି ହାଇକମାଣ୍ଡଙ୍କ ପାଖରେ ଲବି କିଏ କଲା? ଗୁରୁତ୍ବପର୍ଣ୍ଣ କଥା ହେଲା, ଯେବେଠୁ BMC ର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ହେଲା ସେବେଠୁ ମିଡିଆରେ ବହୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଆଁ କୁ ନେଇ ଅନେକ ସ୍ପେକୁଲେଟିଭ ଷ୍ଟୋରୀ ହେଇଛି , ମାତ୍ର ସୁଲୋଚନା ଙ୍କ ନାଁ କେବେବି ଚର୍ଚ୍ଚା ର ପରିସରକୁ ଆସିନାହିଁ। ତେବେ BJD ର ଦାର୍କ ହର୍ଶ ଭାବେ ସୁଲୋଚନା ଙ୍କ ଏଣ୍ଟ୍ରି କୁ ନେଇ ଅନେକ ଥିଓରୀ ଏବେ ପାର୍ଟି ଓ ମିଡିଆ ମହଲାରେ ଆଲୋଚନା ହେଉଛି।

ସୁଲୋଚନା ଦାସ ଙ୍କୁ ମେୟର ପ୍ରାର୍ଥୀ ଭାବରେ ବିଜେଡି ଚୂଡାନ୍ତ ନିଷ୍ପତ୍ତି ନେବା ପଛରେ ଯେଉଁ ତିନିଟି ବଡ କାରଣ କୁହାଯାଉଛି ତାହା ହେଲା, ପ୍ରତାପ ଦେବ ଓ ଆର୍ ବାଳାକୃଷ୍ନନ୍ ଙ୍କ ଲବି, ଭୁବନେଶ୍ୱର ର ୩ ବିଧାୟକଙ୍କ ଠୁ ଦୂରତା ଓ ଯାଜପୁର କନେକସନ୍

. ପ୍ରତାପ ଦେବ ଏବଂ ବାଲାକ୍ରିଷ୍ନନ

ସୁଲୋଚନା ଦାସଙ୍କୁ ପାର୍ଟି ମେୟର ଟିକେଟ ଦେବା ପଛରେ କୁଆଡେ ବିଜେଡି ର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ ଦେବ ଓ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍ ବାଳକୃଷ୍ଣନଙ୍କ ଅବଦାନ ଖାସ୍ ବୋଲି ଚର୍ଚ୍ଚା ହେଉଛି। ପାର୍ଟି ଭିତରେ ମଧ୍ୟ ଅନେକ ଏହି ଥିଓରୀ କୁ ହିଁ ଠିକ୍ ବୋଲି ମାନୁଛନ୍ତି। ବିଜେଡି ରେ ଯୋଗ ଦେବା ଦିନଠାରୁ ପାର୍ଟି ଭିତରେ ପ୍ରତାପ ଦେବ ହିଁ ସୁଲୋଚନା ଦାସଙ୍କ ଚିଫ ମେଣ୍ଟର ଭାବରେ ସାହାଯ୍ୟ କରି ଆସୁଛନ୍ତି। ମେୟର ପ୍ରାର୍ଥୀ ପାଇଁ ବି କୁଆଡେ ପ୍ରତାପ ଦେବ ହିଁ ଜୋରଦାର ଲବି କରିଛନ୍ତି।

ସେପଟେ ବିଜେଡି ର ପଲିଟିକାଲ ଏଫାୟାରସ କଥା ବୁଝିଥିବା ବ୍ୟୁରୋକ୍ରାଟ୍ ସିଣ୍ଡିକେଟ କୁ ସୁଲୋଚନା ଙ୍କ ସପକ୍ଷରେ ବୁଝାଇବା ଓ ରାଜି କରାଇବାରେ କୁଆଡେ ଆର୍ ବାଲାକୃଷ୍ଣନ ସାହାଯ୍ୟ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ବାଲାକୃଷ୍ନନ୍ କୁଆଡେ ଆଇ ଏ ଏସ ରେ ଯୋଗ ଦେବା ପୂର୍ବରୁ କିଛିଦିନ ସାମ୍ବାଦିକତା କରିଥିଲେ ।

୨. BMC ର ୩ ବିଧାୟକଙ୍କ ଠୁ ଦୂରତା

ବିଜେଡି ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା, ଯିଏ ବି ମେୟର ପ୍ରାର୍ଥୀ ହେବ ତାଙ୍କର ଭୁବନେଶ୍ଵରର ୩ ବିଧାୟକଙ୍କ ଲବି ସହ ସମ୍ପର୍କ ନ ଥିବ। କାରଣ ମେୟର ପ୍ରାର୍ଥୀ କୁ ନେଇ ଭୁବନେଶ୍ବର ଉତ୍ତର ର ବିଧାୟକ ସୁଶାନ୍ତ ରାଉତ, ମଧ୍ଯ ର ଅନନ୍ତ ନାରାୟଣ ଜେନା ଓ ଏକାମ୍ର ର ଅଶୋକ ପଣ୍ଡାଙ୍କ ଭିତରେ ଜୋରଦାର ଛକା ପଞ୍ଜା ଚାଲିଥିଲା। ପରିସ୍ଥିତି ଏପରି ହେଇଥିଲା ଯେ ପାର୍ଟି ନେତୃତ୍ୱ ଭିତରେ ଡର ଓ ଆଶଙ୍କା ସୃଷ୍ଟି ହୋଇଥିଲା ଯେ ଯଦି ୩ ବିଧାୟକଙ୍କ ଲବି ଭିତରୁ ଯାହାର କ୍ୟାଣ୍ଡିଡେଟ୍ କୁ ପାର୍ଟି ପ୍ରାର୍ଥୀ କରିବ ଅନ୍ୟ ଦୁଇ ଜଣ ଭିତିରିଆ ହରାଇବାରେ କାରସାଦି କରିଦେବେ। ତେଣୁ ପ୍ରାର୍ଥୀ ଏଭଳି ଜଣେ ନେତ୍ରୀ ହୋଇଥିବା ଦରକାର ଯାହାର ସୁଶାନ୍ତ, ବୁନୁ ଓ ଅଶୋକ ପଣ୍ଡାଙ୍କ କ୍ୟାମ୍ପ ସହିତ ସିଧା ସଳଖ ସମ୍ପର୍କ ନ ଥିବ ବା ତା ପାଇଁ ଏହି ତିନି ବିଧାୟକଙ୍କ ଭିତରୁ କେହି ଲବି କରିନଥିବେ। ସେହି ଫର୍ମୁଲ।କୁ ଯେବେ ଦଳ ନେତୃତ୍ୱ ନିଷ୍ପତ୍ତି ନେଲା, ତୁରନ୍ତ ପ୍ରତାପ ଦେବ ସୁଲୋଚନା ଙ୍କ ନାଁ କୁ ପ୍ରପୋଜ କରିଦେଲେ। ଆଉ କାମ ମଧ୍ୟ ହେଇଗଲା।

୩. ବବି ଓ ଯାଜପୁର କନେକସନ୍

ସୁଲୋଚନା ଦାସ ଯାଜପୁର ଜିଲ୍ଲା ର ଝିଅ ଓ ବୋହୂ ମଧ୍ୟ। ସୁଲୋଚନା ମେୟର ହେଲେ ଯାଜପୁର ଜିଲ୍ଲାବାସୀଙ୍କ ପାଖରେ ବବି ଙ୍କ ପତିଆରା ବଢିବା ସ୍ଵାଭାବିକ। ସେହି ନ୍ୟାୟରେ କୁଆଡେ ବବି ସୁଲୋଚନା ପ୍ରାର୍ଥୀତ୍ବ ଉପରେ ଆପତ୍ତି ଉଠାଇ ନ ଥିଲେ ବୋଲି ପାର୍ଟି ଭିତରେ ଚର୍ଚ୍ଚା ଚାଲିଛି।

Related Posts