ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ହେଲେ ପ୍ରକାଶ ମିଶ୍ର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ହେଲେ ପ୍ରକାଶ ମିଶ୍ର | ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା । ପୂର୍ବତନ ଡିଜିପି ତଥା ଅବସରପ୍ରାପ୍ତ ଆଇପିଏସ୍‌ ହେଉଛନ୍ତି ପ୍ରକାଶ ମିଶ୍ର । ସେ ସିଆରପିଏଫ ମହାନିର୍ଦ୍ଦେଶକ ମଧ୍ୟ ଥିଲେ | ନିକଟରେ ପ୍ରକାଶ ମିଶ୍ରଙ୍କ ଇଂରାଜୀ ପୁସ୍ତକ ‘କମେଡି ଇନ୍ ଖାକି’ ଲୋକାର୍ପିତ ହୋଇଥିଲା | ପରେ ଏହାକୁ ନେଇ ଚର୍ଚ୍ଚା ଏବଂ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିଲା । ୨୦୧୯ରେ ସେ ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ନିର୍ବାଚନ ମଧ୍ୟ ଲଢିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପରେ ପ୍ରକାଶ ମିଶ୍ର କହିଛନ୍ତି, ବଡ଼ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ | ମିଳିଥିବା ଦାୟିତ୍ୱକୁ ସୁଚାରୁରୂପେ ତୁଲେଇବି| ସମସ୍ତଙ୍କ ସହ ମିଶି ଲୋକଙ୍କ ପାଇଁ କାମ କରିବି |

ସେପଟେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଧୁସୂଦନ ପାଢ଼ୀଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Related Posts