ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହେଲେ ସଂଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହେଲେ ସଂଗୀତଜ୍ଞ ପ୍ରଫୁଲ୍ଲ କର । ଭୁବନେଶ୍ବରରୁ ମରଶରୀର ଆସି ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡ ଦେଇ ତାଙ୍କର ମରଶରୀରକୁ ଶୋଭାଯାତ୍ରାରେ ସ୍ବର୍ଗଦ୍ବାର ନିଆଯାଇଥିଲା। ସୋମବାର ଅପରାହ୍ଣ ପ୍ରାୟ ୪ଟା ୫୦ ସମୟରେ ସେଠାରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ ସଂପନ୍ନ ହୋଇଛି। ବଡ଼ପୁଅ ମହାଦୀପ କର ମୁଖାଗ୍ନି ଦେଇଛନ୍ତି।

ସେପଟେ ବିଶିଷ୍ଟ ସଂଗୀତଜ୍ଞ ତଥା କମଳଦେଶର ରାଜକୁମାର ରୂପେ ପରଚିତ ପ୍ରଫୁଲ୍ଲ କରଙ୍କ ରବିବାର ଭୁବନେଶ୍ବର ସତ୍ୟନଗର ବାସଭବନରେ ଦେହାନ୍ତ ହୋଇଥିଲା। ସ୍ବର୍ଗତଃ ପ୍ରଫୁଲ୍ଲ କରଙ୍କୁ ମୃତ୍ୟୁବେଳକୁ ୮୩ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Related Posts