ଖୁବ୍ ଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ , ରାଜନୈତିକ ଦଳ ଗୁଡିକର ମତାମତ ଲୋଡ଼ିଲେ ନିର୍ବାଚନ କମିଶନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ। ଏ ନେଇ ବିଭିନ୍ନ ରାଜନୈତିକ ଦଳ ଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ । କରୋନା କାଳରେ ନିର୍ବାଚନ କିପରି ଅନୁଷ୍ଠିତ ହେବ, ସେ ସମ୍ପର୍କରେ ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ । ଆସନ୍ତା ଅଗଷ୍ଟ ୩୦ ତାରିଖ ସୁଦ୍ଧା ମତାମତ ଜଣାଇବା 

ପାଇଁ ନିର୍ବାଚନ କମିଶନ କହିଛନ୍ତି। ସୂଚନାଯୋଗ୍ୟ ଯେ ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସାଙ୍ଗକୁ ଅନେକ ଗୁଡ଼ିଏ ରାଜ୍ୟରେ ଉପନିର୍ବାଚନ ହେବାକୁ ଯାଉଛି। ତେଣୁ ନିର୍ବାଚନ କିପରି କରାଯିବ, ପ୍ରଚାର କିପରି କରାଯିବ, ଏନେଇ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି। 

ପିପିଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗ ପରେ ପରେ ଏହି ଆସନଟି ଖାଲି ପଡିଥିଲା  । ପରେ ଉପ ନିର୍ବାଚନ ହେବା ନେଇ ତାରିଖ ମଧ୍ୟ ପ୍ରକାଶ ପାଇଥିଲା। ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ପ୍ରାର୍ଥୀ ଘୋଷଣା କରି ଦେଇଥିଲେ ପ୍ରଚାର ମଧ୍ୟ ଜୋର ଧରିଥିଲା। କିନ୍ତୁ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିଥିଲା  । ତେଣୁ ନିର୍ବାଚନ ହେବା ନେଇ ସାନି ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ  ।

କିନ୍ତୁ ଏହା ପରେ ସାରା ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଭୟାବହ ସ୍ଥିତି ସୃଷ୍ଟି କରିଥିଲା। ସଂକ୍ରମଣ ମଧ୍ୟ ସେହି ସମୟରେ ପିକ୍ ରେ ପହଁଚିଥିଲା । ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଥିଲେ । ପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଉପନିର୍ବାଚନ ସ୍ଥଗିତ ରଖିଥିଲେ । ତେବେ ବର୍ତ୍ତମାନ କୋଭିଡ ସଂକ୍ରମଣ ହାର ହ୍ରାସ ପାଉଥିବା କାରଣରୁ ଏବେ ବର୍ତ୍ତମାନ ନିର୍ବାଚନ କମିଶନଙ୍କ ନୋଟିସ ନିର୍ବାଚନ ହେବା ନେଇ ଆଶା ସଞ୍ଚାର ହୋଇଛି। 

Related Posts