‘ପେସା ଆଇନ ଲାଗୁ ପାଇଁ ଗାଁ ଗାଁ ରେ ହେବ ଜନସଭା, ଲୋକଙ୍କ ମତ ନେବେ ସରକାର’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ପେସା ଆଇନ୍ । ଏହି ପେସା ଆଇନ୍ ଲାଗୁ ପୂର୍ବରୁ ଲୋକଙ୍କ ମତ ନେବେ ରାଜ୍ୟ ସରକାର । ଏହା ଲାଗୁ ପାଇଁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ସରକାର । ଆଜି ଜନତା ମଇଦାନରେ ଜନଜାତୀୟ ଗୌରବ ଦିବସରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ପେସା ଆଇନ ସଚେତନତା ଜନସଭା ହେବ । ପେସା କିପରି କାର୍ଯ୍ୟକାରୀ ହେବ ସେନେଇ ବିସ୍ତୁତ ଆଲୋଚନା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଖୁବଶୀଘ୍ର ପେସା ଆଇନ ଲାଗୁ କରିବା ନେଇ ଗତ ବିଧାନସଭାରେ ଉତ୍ତର ରଖିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ମନ୍ତ୍ରୀ କହିଥିଲେ, ଆମ ସରକାର ପେସା ଆଇନ ଆଣିବ । ୧୦୦% କ୍ଷମତା ପାଇବେ ସରପଞ୍ଚ । ଗ୍ରାମସଭାକୁ ଲୋକଙ୍କ ଇଚ୍ଛା ଅନୁସାରେ କାମ କରିବାକୁ କ୍ଷମତା ମିଳିବ ବୋଲି ମନ୍ତ୍ରୀ କହିଥିଲେ ।

ଏହି ପେସା ଆଇନ କ’ଣ?

ଅନୁସୂଚିତ ଅଞ୍ଚଳର ବିକାଶ ଏବଂ ଜନଜାତିଙ୍କ ସଶକ୍ତି କରଣ ପାଇଁ ୧୯୯୬ ମସିହା ଡିସେମ୍ବର ୨୪ରେ ଭାରତ ସରକାର ‘ପଞ୍ଚାୟତ ସଂପ୍ରସାରଣ ଅଧିନିୟମ’ (ପେସା) ଆଇନ୍ ପ୍ରଣୟନ କରିଥିଲେ । ଏହି ଆଇନରେ ଗ୍ରାମସଭାକୁ ସର୍ବାଧିକ କ୍ଷମତା ପ୍ରଦାନ କରାଯାଇଛି । ଯାହା ଅନୂସୂଚିତ ଅଞ୍ଚଳର ବିକାଶ ସହ ଗ୍ରାମ ସଭା ଜରିଆରେ ଜନଜାତିଙ୍କ ବିକାଶ ଘଟିପାରିବ । ଏଥିସହିତ ରାଜନୈତିକ, ସାମାଜିକ ଏବଂ ସାସ୍କୃତିକ ବ୍ୟବସ୍ଥାରେ ମଧ୍ୟ ଅନୁସୂଚିତ ଜାତି ତଥା ଆଦିବାସୀମାନେ ସକ୍ରିୟ ଅଂଶଗ୍ରହଣ କରିପାରିବେ ।

Related Posts