ପ୍ୟାରିସ ପାରାଅଲିମ୍ପିକ୍ସ; ତୀରନ୍ଦାଜୀରେ ପ୍ରଥମ ସ୍ୱର୍ଣ୍ଣ ଆଣିଲେ ହରବିନ୍ଦର ସିଂହ

ଭୁବନେଶ୍ୱର,୫/୯(ସତ୍ୟପାଠ ବ୍ୟୁରୋ): ପ୍ୟାରିସ ପାରାଅଲିମ୍ପିକ୍ସରେ ତୀରନ୍ଦାଜୀରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ। ଦେଶ ପାଇଁ ଗୌରବ ଆଣିବା ସହ ଇତିହାସ ରଚିଲେ ତୀରନ୍ଦାଜ ହରବିନ୍ଦର ସିଂହ। ବୁଧବାର ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତାୟ ଭାବେ ନିଜ ନାଁରେ ରେକର୍ଡ କରିଛନ୍ତି ହରବିନ୍ଦର।

ପୁରୁଷ ବିଭାଗ ବ୍ୟକ୍ତିଗତ ରିକର୍ଭ ଓପନ ଫାଇନାଲ ମ୍ୟାଚରେ ସେ ପୋଲାଣ୍ଡ ପ୍ରତିଯୋଗୀଙ୍କୁ ୬-୦ରେ ହରାଇଥିଲେ। ହରବିନ୍ଦରଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related Posts