ପାରାଅଲମ୍ପିକ୍ସ ବିଜେତା ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଏସଏଲ-3 ବର୍ଗରେ ଜିତିଲେ ସ୍ବର୍ଣ୍ଣ ପଦକ

ଭୁବନେଶ୍ବର: ପାରାଅଲମ୍ପିକ୍ସ ବିଜେତା ପ୍ରମୋଦ ଗୋଟିଏ ପରେ ଗୋଟିଏ ସଫଳତାର ଶିଖର ଛୁଇବାରେ ଲାଗିଛନ୍ତି । ପୁଣି ହାସଲ କରିଛନ୍ତି ଆଉ ଏକ ସ୍ଵର୍ଣ୍ଣ ପଦକ । ଦୁବାଇରେ ଚାଲିଥିବା ଚତୁର୍ଥ ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନରେ ଚମ୍ପିଆନ ହୋଇଛନ୍ତି ପ୍ରମୋଦ । ସ୍ବର୍ଣ୍ଣ ଜିତି ଗୌରବ ଆଣିଛନ୍ତି ଓଡିଶାର ଏହି ଷ୍ଟାର ଖେଳାଳି ।

ପୁରୁଷ ସିଙ୍ଗଲ୍ସ ଏସଏଲ-3 ବର୍ଗରେ ସ୍ବର୍ଣ୍ଣ ପଦକ ଜତିଛନ୍ତି ପ୍ରମୋଦ ।

ଫାଇନାଲ ମୁକାବିଲାରେ ସେ ନିତେଶ କୁମାରଙ୍କୁ ପରାସ୍ତ କରିଥିଲେ । 19-21, 21-17, 21-17 ସେଟରେ ନିତୀଶଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି ପ୍ରମୋଦ । ମ୍ୟାଚ ଏକଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ପ୍ରଥମରୁ ପ୍ରଭାବୀ ପ୍ରଦର୍ଶନ କରି ମ୍ୟାଚ ନିଜ କବଜାକୁ ନେଇଥିଲେ ନିତେଶ । ହେଲେ ପ୍ରମୋଦ ଦମଦାର କମବ୍ୟାକ କରିଥିଲେ । ପରବର୍ତ୍ତୀ ଦୁଇଟି ଗେମକୁ ନିଜ କବଜାକୁ ନେଇଥିଲେ ପ୍ରମୋଦ ।ସେପଟେ ମନୀଷା ରମଦାସ ସ୍ବର୍ଣ୍ଣ ହାତେଇଛନ୍ତି । ମହିଳା ଏସୟୁ 5 କାଟାଗୋରୀ ଗେମରେ ଜାପାନର ଆକିକୋ ସୁଗିନୋଙ୍କୁ ହରାଇ ସ୍ବର୍ଣ୍ଣ ଜିତିଛନ୍ତି ମନୀଷା । ଏହାପରେ ମନଦୀପ କୌରଙ୍କ ସହ ଯୋଡି ବନାଇ ଥାଇଲାଣ୍ଡର ନିପାଡା ସିନସୁପା ଓ ଚାନିଦା ଶ୍ରୀନାବାକୁଲଙ୍କୁ ହରାଇ ଆଉ ଏକ ସ୍ବର୍ଣ୍ଣ ଜିତିଛନ୍ତି ।

ପ୍ରକାଶ ଥାଉ କି, ନିକଟରେ ବାହାରିନର ମାନାମା ସହରରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନରେ ଦମଦାର ପ୍ରଦର୍ଶନ କରିଥିଲେ ପ୍ରମୋଦ । ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିିଥିଲେ ।

ତାଙ୍କର ଏହି ସଫଳତା ପାଇଁ ଆଜି ସମଗ୍ର ଓଡ଼ିଶା ବିଶ୍ଵଦରବାରରେ ଗର୍ବିତ ହୋଇଛି ।

Related Posts