ପାଲଲହଡା (ସତ୍ୟପାଠ ବ୍ୟୁରୋ): ପାଲଲହଡ଼ା ଉପଖଣ୍ଡର ଝାରବେଡା ସମବାୟ ସମିତ କାର୍ଯ୍ୟାଳୟରେ ଆଜି ସ୍ଥାନୀୟ ବିଧାୟକ ଅଶୋକ ମହାନ୍ତିଙ୍କ ଦ୍ୱାରା ଚଳିତ ବର୍ଷର ନୂତନ ଧlନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛିl
ସୂଚନା ଅନୁସାରେ ଆଜି ସକାଳ 10.30 ସମୟରେ ସ୍ଥାନୀୟ ବିଧାୟକ ପାଲଲହଡାର ଅଧିଷ୍ଟାତ୍ରି ଦେବି ମା କୁଣ୍ଢେଇବୀରl ଓ ବାବା ଗିରିଶୃରଙ୍କୁ ପୂଜାର୍ଚ୍ଚନା କରିଵା ପରେ ଝାରବେଡା ସମବାୟ ସମିତିରେ ପହଂଚି ଚଳିତ ବର୍ଷର ନୂତନ ଧାନ ମଣ୍ଡିର ଶୁଭ ଉଦଘାଟନ କରିଥିଲେl ସେ ଚାଷୀ ମାନଙ୍କୁ ଉଦଵଧନ ମାଧ୍ୟମରେ ରାଜ୍ଯ ସରକାରଙ୍କ ଧlନ ସଂଗ୍ରହ ନୀତି ସମ୍ଵନ୍ଧରେ ବୁଝିlଇଥିଲେl ମାଆ କୁଣ୍ଢେଇବୀରlଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ପାଲଲହଡ଼ା ଅଞ୍ଚଳରେ ଭଲ ଧlନ ସଂଗ୍ରହ ହୋଇଛିl ସରକାର ଚାଷୀଙ୍କର ସମସ୍ତ ଧlନ ସଂଗ୍ରହ କରିବେ ଓ ଚାଷୀଙ୍କ ଆକାଉଣ୍ଟ କୁ 3100 ଟଙ୍କା କୁଇଣ୍ଟାଲ ପିଛା ଧାନ ସଂଗ୍ରହର 24 ଘଣ୍ଟା ମଧ୍ୟରେ ପ୍ରଦାନ କରିବେl ଏଥିସହିତ ମିଲର ଧାନ ନେବାରେ ଚାଷୀଙ୍କ ଠାରୁ କୌଣସି କଟଣି ଚଟଣି କରି ପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ l
ଆଜିର ଏହି ଶୁଭ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଇଥିଲେ ବିଧାୟକ l ଧାନ ମଣ୍ଡି ଉଦ୍ଘାଟନ ବେଳେ ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ ପତି, ସମବାୟ ସମିତି ନିର୍ଦିଷେକ ବିଷ୍ଣୁ ସାହୁ, ବରିଷ୍ଠ ବିଜେପି ନେତା ତନ୍ମୟ ସାହୁ, ପଞ୍ଚlନନ ସାହୁ, ଝାରବେଡା ସେବା ସମିତିର ସଭlପତି ଶ୍ରୀ ଜନ୍ମେଞ୍ଜୟ ସାହୁ, ପାଲଲହଡା ଅତିରିକ୍ତ ଯୋଗଣ ଅଧିକlରି ହେମନ୍ତ ବେହେରା, ଯୋଗାଣ ଅଧିକlରି ଶ୍ରୀମତୀ ସୁପ୍ରଭା ବେହେରା, ବଜାର ନିୟନ୍ତ୍ରଣ କମିଟିର ସମ୍ପାଦକ ଜଦୁମଣି ନାୟକ, ଝାରବେଡା ସମ୍ପାଦକ କ୍ଷିତିସ୍ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ ଓ ସମସ୍ତ 11 ଟି ଯାକ ସମବାୟ ସମିତି ର ସମ୍ପାଦକ ଓ ସଭାପତି ଉପସ୍ଥିତ ଥିଲେ l ଚଳିତ ବର୍ଷ ପାଲଲହଡା ଉପଖଣ୍ଡ ରେ ପାଖାପାଖି 6 ହଜାର 200 ଜଣ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିବେ ବୋଲି ଜଣା ପଡିଛି l
ରିପୋର୍ଟ: ସୁବ୍ରତ ଦାସ, ପାଲଲହଡା