ପାକିସ୍ତାନ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା – ” ଅଗଷ୍ଟ ୧୪ କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ସ୍ମରଣ କରିବ ଦେଶ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଜି ପାକିସ୍ତାନ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଭାରତର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଏହାର ସ୍ୱାଧୀନତା ଦିବସ ପାଳନ କରିଥାଏ।  ଏପଟେ ପାକିସ୍ତାନର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, ” ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବ।”  ବ୍ରିଟିଶ ଶାସନରୁ ମୁକ୍ତି ଏବଂ ଭାରତର ବିଭାଜନ ଏକାସାଙ୍ଗରେ ହୋଇଥିଲା । ଧର୍ମ ଆଧାରରେ ଭାରତ ବିଭାଜିତ ହେଲା ଏବଂ ପାକିସ୍ତାନ ନାମରେ ଏକ ଦେଶ ଗଠନ ହେଲା। ଏହି ବିଭାଜନ ସମୟରେ ଭୟଙ୍କର ହିଂସା ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ୱିଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ” ଦେଶର ବିଭାଜନର ଯନ୍ତ୍ରଣା କେବେ ବି ଭୁଲିହେବ ନାହିଁ । ଘୃଣା ଏବଂ ହିଂସା ହେତୁ ଆମ ଭଉଣୀ ଓ ଭାଇମାନଙ୍କ ମଧ୍ୟରୁ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ଏବଂ ଏପରିକି ପ୍ରାଣ ହରାଇଥିଲେ। ସେହି ଲୋକଙ୍କ ସଂଗ୍ରାମ ଏବଂ ବଳିଦାନକୁ ସ୍ମରଣ କରି ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରାଯିବ । ଏହି ଦିନ ଆମକୁ କେବଳ ଭେଦଭାବ, ଶତ୍ରୁତା ଏବଂ ଅନୈତିକତାର ବିଷ ଦୂର କରିବାକୁ ପ୍ରେରଣା ଦେବ ନାହିଁ ବରଂ ଏହା ଏକତା, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମାନବ ସମ୍ବେଦନଶୀଳତାକୁ ମଧ୍ୟ ଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ସୂଚନା ଥାଉକି ଯେ ଆସନ୍ତାକାଲି ଅର୍ଥାତ୍ ରବିବାର ଦିନ ଭାରତ ଏହାର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବ । ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୪, ୧୯୪୭ ରେ ଭାରତ ଏବଂ ପାକିସ୍ତାନ ବିଭାଜିତ ହୋଇଥିଲେ। ପାକିସ୍ତାନ ଏବେ ଅଗଷ୍ଟ ୧୪କୁ ଏହାର ସ୍ୱାଧୀନତା ଦିବସ ଭାବେ ପାଳନ କରୁଛି। ଅଗଷ୍ଟ ୧୪ରେ, ଭାରତ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଏବଂ ଏକ ନୂତନ ଦେଶ ଗଠନ ହୋଇଥିଲା । ୧୯୪୭ ମସିହାରେ ବ୍ରିଟିଶ ଉପନିବେଶ ଶାସନ ଦ୍ବାରା ଭାରତ ବିଭାଜନ ପରେ ଧର୍ମ ଆଧାରରେ ପାକିସ୍ତାନ ଏକ ମୁସଲମାନ ଦେଶ ଭାବରେ ଗଠନ ହୋଇଥିଲା । ବ୍ୟାପକ ଦଙ୍ଗା ଯୋଗୁଁ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ଏବଂ ଅନେକ ଲୋକ ପ୍ରାଣ ହରାଇଥିଲେ ।

Related Posts