ପାଲଲହଡା ୧୩/୧ (ସତ୍ୟପାଠ): 49 ନମ୍ବର ଜାତୀୟ ରାଜପଥ ଉଦିତ ନଗର ନିକଟରେ ଦୁର୍ଘଟଣା। ଭାରସ୍ୟାମ ହରାଇ ଓଲଟିଲା ଗଲା ଲୁହା ଛଡ଼ ବୋଝଇ ପିକଅପ ଭ୍ୟାନ୍ ଗାଡି। ଦୁଇ ଶ୍ରମିକଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ପାଲଲହଡା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ। ଜଣେ ଶ୍ରମିକ ଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛିl
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡାକ୍ତରଖାନା ବାରଣ୍ଡାରେ ଗାଡି ମାଲିକ ଆହତ ଶ୍ରମିକକୁ ଛାଡି ଫେରାର ହୋଇଯାଇଥିବା ଶ୍ରମିକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଶ୍ରମିକ ଜଣକ ରକ୍ତ ବାନ୍ତି କରି ଜୀବନ ଯୁଦ୍ଧ ସହ ଯୁଝୁ ଥିବା ବେଳେ ତାର ସ୍ତ୍ରୀ ପାଖରେ ଛିଡା ହୋଇ ଡାକ୍ତରଙ୍କୁ ଚିକତ୍ସା ପାଇଁ ନେହୁରା ହଉଥିଲେ। ଡାକ୍ତର ତାଙ୍କୁ ତୁରନ୍ତ କେନ୍ଦୁଝର ରେଫର୍ କରିଥିଲେ ସୁଦ୍ଧା ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା ଯୋଗୁଁ ଦୀର୍ଘ ଦୁଇ ଘଣ୍ଟା କାଳ ଶ୍ରମିକ ଜଣକ ଛଟପଟ ହେଉଥିବାର ଦୃଶ୍ୟ ଥିଲା ଅତି ହୃଦୟ ବିଦାରକ।ସତେ ଯେମିତି ସେହି ଗରିବ ଶ୍ରମିକ ଟି ପ୍ରତି ସମସ୍ତଙ୍କର ହଜି ଯାଇଥିଲା ମାନବିକତା l
ସୂଚନା ଅନୁସାରେ ଆଜି ଦିନ ୧୧ ଟା ସମୟ ରେ ପାଲଲହଡା ଉଦିତ ନଗର ରେ ଜଣେ ତହସିଲ କର୍ମଚାରୀଙ୍କ ଗୃହ ନିର୍ମାଣ ଚାଲୁ ଥିବା ବେଳେ ଛଡ ଆବଶ୍ୟକ ହେବାରୁ OD19U6182 ନମ୍ବର ବିଶିଷ୍ଟ ଏକ ପିକଅପ ଗାଡି ରେ ଛଡ଼ ପାଞ୍ଚ କଇଣ୍ଟାଲ ଆଣି ଥିଲେ। ହେଲେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡି ଥିଲା। ସ୍ଥାନୀୟ ଲୋକେ ଗାଡି ଓ ଛଡ଼ ତଳେ ଚାପି ହୋଇ ରହି ଥିବା ଦୁଇ ଜଣ ଶ୍ରମିକ ଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଗାଡି ମାଲିକ ଶ୍ରମିକ ମାନଙ୍କୁ ଚିକତ୍ସା କରାଇବା ବଦଳରେ ଫେରାର ହୋଇଯାଇଥିଲେ। ଶ୍ରମିକ ଦ୍ବୟ ବଡ଼ଝାର ଗାଁର ହୋଇଥିବା ବେଳେ ତ୍ରିନାଥ ନାଏକଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକତ୍ସାଳୟକୁ ରେଫର କରିଥିଲେ। ଗୋଟଏ ପଟେ ଗାଡି ମାଲିକ ଶ୍ରମିକ ମାନଙ୍କୁ ଛାଡି ଫେରାର ହୋଇ ଯାଇଥଲେ, ଅନ୍ୟ ପଟେ ଶ୍ରମିକ ଜଣକୁ ଡାକ୍ତର ଦିନ ୧୨ ଟାରେ ରେଫର କରି ଥିଲେ ସୁଦ୍ଧା ଦିନ ୨ଟା ପର୍ଯନ୍ତ ରକ୍ତ ଜୁଡୁବୁଦୁ ଅବସ୍ଥାରେ ଡାକ୍ତରଖାନା ବେଡ଼ ରେ ପଡି ଛଟପଟ ହଉ ଥାନ୍ତି। ସରକାର ଙ୍କ ତରଫରୁ ସମସ୍ତ ବ୍ୟବସ୍ଥା ଥିଲେ ସୁଦ୍ଧା ଦାୟିତ୍ୱରେ ଥିବା ହେଲ୍ପ ଡେସ୍କ କର୍ମଚାରୀ ଦୀର୍ଘ ଦୁଇ ଘଣ୍ଟା ଯାଏ କୌଣସି ସହଯୋଗ କରି ନଥିଲେ। ଏମିତି କି ହେଲ୍ପ ଡେସ୍କ କର୍ମଚାରୀ ନିଜ ଦାୟିତ୍ୱ କୁ ଭୁଲି ଯାଇ ଦୁର୍ଘଟଣା ଗ୍ରସ୍ତ ଶ୍ରମିକ ମାନଙ୍କ ନାମକୁ ରେଜିଷ୍ଟ୍ରସନ କରିଵାକୁ ଭୁଲି ଯାଇଛନ୍ତି l ଦୀର୍ଘ ଦୁଇ ଘଣ୍ଟା ପରେ ତ୍ରିନାଥଙ୍କୁ କେନ୍ଦୁଝର ଡାକ୍ତର ଖାନା କୁ 108 ଜରୁରୀ କାଳୀନ ସେବା ଗାଡି ରେ ନିଆ ଯାଇଥିଲା l
ପୂର୍ବରୁ ମଧ୍ୟ ନଜିର ଅଛି, ପାଲଲହଡା ଡାକ୍ତରଖାନାରେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି l ତେବେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପାଲଲହଡା ପୋଲିସ ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କ ରେ ଟେର ପାଇ ପାରି ନାହାନ୍ତି କି ଗାଡିକୁ ଏଯାବତ ଜବତ କରିପାରି ନାହାନ୍ତି l ଏଠି ପ୍ରଶ୍ନ ଉଠେ ଆଜିର ଏହି ଦୁର୍ଘଟଣାରେ ଆହତ ହୋଇ ଥିବା ଶ୍ରମିକଙ୍କ ପାଇଁ ଦାୟି କିଏ ? ଡାକ୍ତରଖାନା କର୍ମଚାରୀ ସବୁ ଜାଣି ଆହତ ଶ୍ରମିକଙ୍କୁ ଦୁଇ ଘଣ୍ଟା କାଳ ପକାଇ ରଖି ଥିଲେ ଓ ତାଙ୍କ ର ନା କୌଣସି ସରକାରୀ ରେଜିଷ୍ଟ୍ରର ରେ ଉଠାଇ ନ ଥିଲେ । ଏହି ସବୁ ଅବହେଳା ପାଇଁ ଯଦି ଶ୍ରମିକ ଜଣକର କୌଣସି କ୍ଷତି ଘଟେ ବାସ୍ତବ ରେ କିଏ ହେବ ତାର ଉତ୍ତରଦାୟୀ ?