ପ୍ରେମ, ପ୍ରତାରଣା, ପରେ ଜେଲ ଏହାରି ମଧ୍ୟରେ ସମ୍ପର୍ଣ ହେଲା ବାହାଘର | ଚୌଦ୍ୱାର ଜେଲରେ ହେଲା ନିଆରା ବାହାଘର | ଅଭିଯୁକ୍ତର ହାତ ଧରିଲେ ପୀଡ଼ିତା ଯୁବତୀ | ଚୌଦ୍ୱାର ଜେଲର ସ୍ୱତନ୍ତ୍ର ପ୍ରକୋଷ୍ଠରେ ବୈଦିକ ରୀତିନୀତିରେ ଅଭିଯୁକ୍ତ ତାପସ ବେହେରା ଓ ପୀଡ଼ିତା ସୁନିତା ନାୟକଙ୍କ ବିବାହ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶରେ ଜେଲର ବରିଷ୍ଠ ଅଧିକ୍ଷକ ପ୍ରଦୀପ୍ତ କୁମାର ବେହେରାଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହୋଇଥିଲା ।
ସୂଚନାଯୋଗ୍ୟ, କଟକ ବାଦାମବାଡି ଥାନା ଖାନନଗର ଅଂଚଳର ତାପସଙ୍କର ସୁନିତାଙ୍କ ସହ ପ୍ରଥମେ ପ୍ରେମ ସଂପର୍କ ଗଢି ଉଠିଥିଲା । ଏପରିକି ଦୁହେଁ ପରସ୍ପରକୁ ବିବାହର ପ୍ରତିଶୃତି ଦେଇ ଥିଲେ | ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀରିକ ସମ୍ପର୍କ | ଶାରୀରିକ ସଂପର୍କ ରଖିବା ପରେ ଅଭିଯୁକ୍ତ ତାପସ ବିବାହ ପାଇଁ ମନା କରିଦେଇଥିଲା | ଏନେଇ ସୁନିତା ବାଦାମବାଡି ଥାନାରେ ଅଭିଯୋଗ କରିଥିଲେ । ସେତେବେଳେ ସୁନିତା ନାବାଳିକା ଥିବାରୁ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଚୌଦ୍ୱାର ଜେଲ ପଠାଇ ଦିଆଯାଇଥିଲା ।
ପରେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଉଦ୍ଧାର ଫାଉଣ୍ଡେସନର ସହାୟତା ନିଆଯାଇଥିଲା । କନ୍ୟା ପରିବାର ଲୋକଙ୍କ ଆପୋଷ ବୁଝାମଣା ପରେ ବିବାହ କରିବା ନେଇ କୋର୍ଟଙ୍କୁ ଅବଗତ କରାଯାଇଥିଲା । ପରେ କୋର୍ଟ ଙ୍କ ନିର୍ଦେଶ କ୍ରମେ ଅଭିଯୁକ୍ତର ହାତ ଧରିଛନ୍ତି ପୀଡ଼ିତା | ଉଭୟଙ୍କ ରୀତିନୀତି ଅନୁସାରେ ବିବାହ ସମ୍ପର୍ଣ ହୋଇଛି |