ଅଗ୍ୱିପଥ ବିରୋଧ ପ୍ରତିବାଦ: ପୂର୍ବତନ ସେନା ମୁଖ୍ୟ ଭିକେ ସିଂଙ୍କ ବିରୋଧଙ୍କୁ କଡ଼ା ସମାଲୋଚନା, ଯାହାକୁ ସଶସ୍ତ୍ର ବଳରେ ଭର୍ତ୍ତି ହେବାକୁ ପସନ୍ଦ ନୁହେଁ ସେମାନେ ଭର୍ତ୍ତି ହେବା ଦରକାର ନାହିଁ

ନୂଆଦିଲ୍ଲୀ : ଅଗ୍ୱିପଥ ଯୋଜନାକୁ ନେଇ ଦେଶବ୍ୟାପୀ ବିରୋଧର ସ୍ବର ଉଠୁଥିବା ବେଳେ, ଅନେକ ସ୍ଥାନରେ ହିଂସା ଓ ପ୍ରତିବାଦ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ରାଜ୍ୟରେ ଜୋରଦାର ବିରୋଧ କରାଯାଇଛି ।

ବିହାର ସମେତ ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ବିରୋଧ ପ୍ରଦର୍ଶନ ଉଗ୍ରରୂପ ଧାରଣ କରିଛି । ବିକ୍ଷୋଭକାରୀ ଟ୍ରେନ୍ ପୋଡିବା ସହ ଅନେକ ଜାତୀୟ ସମ୍ପତ୍ତି ମଧ୍ୟ ନଷ୍ଟ କରିଛନ୍ତି । ତେବେ ଏହାମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଭିକେ ସିଂ ଅଗ୍ନିପଥକୁ ବିରୋଧ କରୁଥିବା ପ୍ରଦର୍ଶନକାରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଭିକେ ସିଂ କହିଛନ୍ତି ଯେ, ଯାହାକୁ ସଶସ୍ତ୍ର ବଳରେ ଭର୍ତ୍ତି ହେବାକୁ ପସନ୍ଦୁ ନୁହେଁ ସେମାନେ ଭର୍ତ୍ତି ହେବା ଦରକାର ନାହିଁ । ଏହା ସ୍ୱଇଚ୍ଛାରେ ହୁଏ । କିଛି ବାଧ୍ୟବାଧକତା ନାହିଁ । ନିଜ ଇଚ୍ଛା ଅନୁସାରେ ସେମାନେ ସାମିଲ ହୋଇପାରିବେ । କିନ୍ତୁ ଭିକ୍ଷୋଭକାରୀମାନେ ବସ୍, ଟ୍ରେନରେ ନିଆଁ ଲଗାଉଛନ୍ତି । ସେମାନଙ୍କୁ ସୁଯୋଗ ମିଳିବନି । କାରଣ ଭର୍ତ୍ତି ହେବା ପୂର୍ବରୁ ବିଭିନ୍ନ ମାନଦଣ୍ଡ ପୂରଣ କରିବାକୁ ପଡେ । ତେବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ବୟାନ ପରେ ଭିକେ ସିଂଙ୍କ ପ୍ରତିକ୍ରିୟା ଆସିଛି ।

ପ୍ରିୟଙ୍କା କହିଥିଲେ ଯେ, ଅଗ୍ନିପଥ ଯୋଜନା ସେନା ସହ ଯୁବକଙ୍କୁ ମଧ୍ୟ ପଥଭ୍ରଷ୍ଟ କରିବ । ଏହାକୁ ନେଇ ଭିକେ ସିଂ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରୁଛି । ତେଣୁ କଂଗ୍ରେସ ଦେଶର ସର୍ବୋତ୍ତମ ସେବାରେ ଭୁଲ ଖୋଜୁଛି । କଂଗ୍ରେସ ସମେତ ବିରୋଧୀ ଦଳ ଯୁବକଙ୍କ ମତିଭ୍ରମ କରୁଛନ୍ତି । ବିରୋଧୀ ଦଳ କେବଳ ସରକାରୀ ଯୋଜନାର ଭୁଲ ବାହାର କରୁଛନ୍ତି । ଏହା ହିଁ ସେମାନଙ୍କର ଏକମାତ୍ର କାମ । ସେମାନେ ସରକାରଙ୍କୁ ବଦନାମ କରିବା ସହ ଅଶାନ୍ତି ସୃଷ୍ଟି କରୁଛନ୍ତି ।

ଆହୁରି ମଧ୍ୟ ଅଗ୍ନିପଥ ଯୋଜନାର କଳ୍ପନା ୧୯୯୯ରେ ହୋଇଥିଲେ । ୩୦ରୁ୪୦ ବର୍ଷ ଧରି ଯୁବକ ଓ ଅନ୍ୟ ନାଗରିକଙ୍କୁ ସୈନ୍ୟ ପ୍ରଶିକ୍ଷଣ ପାଇଁ ଦାବି ହୋଇ ଆସୁଥିଲା । ଲୋକେ ଦେଶର ସେବା ପାଇଁ ସେନାରେ ଯୋଗ ଦେଇଥାନ୍ତି । ଅଗ୍ନିପଥ ଯୋଜନାରେ ସରକାର ଆଶାୟୀଙ୍କ ବୟସ ସୀମା ୨୩ ବର୍ଷକୁ ମଧ୍ୟ ବୃଦ୍ଧି କରିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।

Related Posts