ଅପରେସନ୍‌ ଅଜୟ; ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ‘ଅପରେସନ୍‌ ଅଜୟ’ ବ୍ୟବସ୍ଥାରେ ଯୁଦ୍ଧ-ବିକ୍ଷତ ଇସ୍ରାଏଲ୍‌ରୁ ୨୧୨ଜଣ ଭାରତୀୟଙ୍କୁ ନେଇ ଆସିଥିବା ପ୍ରଥମ ଚାର୍ଟର୍‌ ବିମାନ ଆଜି ସକାଳୁ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି। ଏନେଇ ଖବର ସରବରାହ ସଂସ୍ଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ଗୁରୁବାର ସନ୍ଧ୍ୟା ବେଳେ ତେଲ୍‌ ଆଭିଭ୍‌ସ୍ଥିତ ବେନ୍‌ ଗୁରିଅନ୍‌ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା ଏହି ବିମାନରେ ୨୧୧ଜଣ ପ୍ରାପ୍ତ ବୟସ୍କ ଭାରତୀୟ ଓ ଜଣେ ଛୋଟ ପିଲା ଥିଲେ।

ଇସ୍ରାଏଲ୍‌ରୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ନାଗରିକମାନଙ୍କ ମଧ୍ୟରୁ ଜଣେ ଏଥିପାଇଁ ଭାରତ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି, ପ୍ରଥମ ଥର ପାଇଁ ଆମେ ସେଠାରେ ଏଭଳି ଅବସ୍ଥାରେ ପଡ଼ିଲୁ। ଆମକୁ ଫେରାଇ ଆଣିଥିବାରୁ ଆମେ ଭାରତ ସରକାର, ବିଶେଷତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞ। ଯଥାଶୀଘ୍ର ସେଠାକାର ପରିସ୍ଥିତି ଶାନ୍ତ ହେଲେ ଆମେ ପୁଣି ଯାଇ କାମରେ ଯୋଗ ଦେବୁ ବୋଲି ଆଶା କରୁଛୁ।

Related Posts