ଆସନ୍ତା ୨୧ ତାରିଖରୁ ବଢିବ ଓମଫେଡ୍ କ୍ଷୀର ଦର: ଜାଣନ୍ତୁ କେତେ

ଭୁବନେଶ୍ୱର: ଦେଶରେ ଏବେ ଲଗାତାର ଭାବେ ଅନେକ ଖାଦ୍ୟ ସାମଗ୍ରୀର ଦର ବଢିବାକୁ ଲାଗୁଛି | ପ୍ରଥମେ ତେଲ ଦର ବଢିବା ପରେ ଏବେ ତେଲ ଦରକୁ ତାଳ ଦେଇ ଲଗାତାର ଭାବେ ଅନ୍ୟ ସମସ୍ତ ସାମଗ୍ରୀର ଦର ବଢ଼ିଅକୁ ଲାଗୁଚି | ତେବେ ଏହାରି ମଧ୍ୟରେ ଖୁବ୍‌ ଶୀଘ୍ର ବଢ଼ିବ ଓମଫେଡ୍ କ୍ଷୀର ଦର । ଆସନ୍ତା ୨୧ ତାରିଖରୁ ଲାଗୁ ହେବ ନୂଆ ଦର । ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ଓମଫେଡ୍ ଦର ବୃଦ୍ଧି ହେବା ଦ୍ୱାରା ୫ଶହ ମିଲିଲିଟର କ୍ଷୀରର ଦାମ ୨୩ ଟଙ୍କାରୁ ବଢି ୨୪ ଟଙ୍କାରେ ବିକ୍ରି କରାଯିବ । ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଦାମ ବଢାଯାଇଛି । ଓମଫେଡ୍ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର ୫ଶହ ମିଲିଲିଟରକୁ ୨୪ ଟଙ୍କା ରଖାଯାଇଥିବା ବେଳେ, ଟୋନଡ୍ କ୍ଷୀରର ମୂଲ୍ୟ ୨୧ଟଙ୍କା ରଖାଯାଇଛି । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ତ୍ୱେ ଦୁଇବର୍ଷ ହେଲା ଦରବୃଦ୍ଧି କରାଯାଇନଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଓମଫେଡର ଚା ସ୍ପେଶାଲ ଦୋକାନୀଙ୍କ ପାଇଁ ଏକ ନୂଆ ପ୍ରକାର ଦୁଗ୍ଧ ବିକ୍ର କରିବାକୁ ଯାଉଛି ଓମଫେଡ୍ । ଏହାର ଦାମ ୫ଶହ ମିଲିଲିଟର ପିଛା ୨୩ ଟଙ୍କା ରଖାଯାଇଥିବା ବେଳେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ ଓ ପୁରୀରେ ଉପଲବ୍ଧ ହେବ ।

ଅନ୍ୟପକ୍ଷେ, ମହଙ୍ଗା ମାଡ଼ରେ ବ୍ୟତିବ୍ୟସ୍ତ ହେଲେଣି ସାଧାରଣ ଲୋକେ । ଦିନକୁ ଦିନ କ୍ରମାଗତ ଭାବରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ିବାରୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପେଟ୍ରୋଲ୍ ଡିଜେଲ୍ ଦର ଠାରୁ ଆରମ୍ଭ କରି ଲେମ୍ୱୁ ଓ ବସ୍‌ ଭଡ଼ା ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ଅହେତୁକ ବୃଦ୍ଧି ପାଇପାରେ ଲାଗିଛି ।

Related Posts