“ମଲମ ଲଗେଇବା ପରିବର୍ତ୍ତେ ରାଜନୈତିକ ଫାଇଦା ପାଇଁ ପୁରୁଣା ଘାଆକୁ ପୁଣି ଖଣ୍ଡିଆ କରାଯାଉଛି”: କାଶ୍ମୀର ଫାଇଲସ ଫିଲ୍ମକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ମେହମୁବା ମୁଫତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀରି ପଣ୍ଡିତମାନଙ୍କୁ ନେଇ ତିଆରି ହୋଇଥିବା ଦ କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । କିପରି କାଶ୍ମୀରରେ ପଣ୍ଡିତମାନଙ୍କୁ ଅତ୍ୟାଚାର ଏବଂ ବିତାଡ଼ିତ କରାଯାଉଥିଲା ତାହା ଏହି ଫିଲ୍ମରେ ଦର୍ଶାଯାଇଛି । ଫିଲ୍ମଟି ଅଳ୍ପ ବଜେଟର ହୋଇଥିଲେ ମଧ୍ୟ ବିନା ପ୍ରଚାରରରେ ସାରା ଦେଶରେ ଏହା ବ୍ଲକବଷ୍ଟର ସାବିତ ହୋଇଛି । ଏହା ମଧ୍ୟରେ ପିଡିପି ସଭାପତି ମେହବୁବା ମୁଫତି ଏହି ଫିଲ୍ମଟିକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମଲମ ଲଗେଇବା ପରିବର୍ତ୍ତେ ରାଜନୈତିକ ଫାଇଦା ପାଇଁ ପୁରୁଣା ଘାଆ କୁ ପୁଣି ଖଣ୍ଡିଆ କରାଯାଉଛି ବୋଲି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି କହିଛନ୍ତି ।

ସେପଟେ ମେହବୁବା ମୁଫ୍ଟି ଟ୍ୱିଟରରେ ଲେଖିଛନ୍ତି ଯେ, ଭାରତ ସରକାର ଯେଉଁଭଳି ଭାବରେ କାଶ୍ମୀର ଫାଇଲଗୁଡିକୁ ଆକ୍ରମଣାତ୍ମକ ଭାବରେ ପ୍ରୋତ୍ସାହିତ କରୁଛନ୍ତି ଏବଂ କାଶ୍ମୀରୀ ପଣ୍ଡିତମାନଙ୍କ ଯନ୍ତ୍ରଣାକୁ ଅସ୍ତ୍ର କରୁଛନ୍ତି ତାହା ସେମାନଙ୍କର ଅସୁସ୍ଥ ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଛି । ପୁରୁଣା କ୍ଷତକୁ ସୁସ୍ଥ କରିବା ଏବଂ ଦୁଇ ସମ୍ପ୍ରଦାୟ ମଧ୍ୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ପରିବର୍ତ୍ତେ, ସେମାନେ ଜାଣିଶୁଣି ସେମାନଙ୍କୁ ଉସକାଉଛନ୍ତି ବୋଲି ମେହବୁବା ମୁଫତି କହିଛନ୍ତି । ଅନ୍ୟପଟେ ବିବେକ ଅଗ୍ନିହୋଟ୍ରିଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ତଥା ଜି ଷ୍ଟୁଡିଓ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ୧୯୯୦ ଦଶକରେ କାଶ୍ମୀରୀ ପଣ୍ଡିତଙ୍କ ଉପତ୍ୟକାରୁ ବାହାରକୁ ଚିତ୍ରଣ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts