
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: 800 କୋଟି ଟଙ୍କାର ICT@school ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଖବର ସତ୍ୟପାଠରେ ପ୍ରକାଶ ପାଇବା ପରେ ଓଡ଼ିଶା ନଲେଜ କର୍ପୋରେସନ ବା (OKCL) ପକ୍ଷରୁ ଅଭିଯୋଗର ଜବାବ ରଖାଯାଇଛି । OKCL ପକ୍ଷରୁ କମ୍ପାନିର ଓକିଲ ଏକ ନୋଟିସ ଜରିଆରେ ଖବରରେ ଉଠାଯାଇଥିବା ଅଭିଯୋଗର ସ୍ପଷ୍ଟୀକରଣ ଦେବା ସହ ସତ୍ୟପାଠ ଓ ଏହାର ମୁଖ୍ୟ ସମ୍ପାଦକଙ୍କ ନାଁରେ ମାନହାନୀ ମକଦ୍ଦମାର ଧମକ ମଧ୍ୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ସତ୍ୟପାଠର ଫେସ୍କୁବ ପେଜ୍ରେ ଗତ ନଭେମ୍ବର 10ରେ 800 କୋଟି ଟଙ୍କା ପ୍ରକଳ୍ପରେ OKCLର ଘୋଟାଲା ସମ୍ପର୍କିତ ଖବର ପ୍ରସାରଣ କରାଯାଇଥିଲା । ଏହି ଖବରର ଅନେକ ତଥ୍ୟ ଉପରେ OKCL ପକ୍ଷରୁ ପ୍ରତିବାଦ କରାଯିବା ସହ ସତ୍ୟପାଠ ଦ୍ବାରା ପ୍ରସାରିତ ଖବର ତ୍ରୁତିପୂର୍ଣ୍ଣ, ଭ୍ରମାତ୍ମକ ଏବଂ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା କମ୍ପାନିର ଓକିଲଙ୍କ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି । ଯେହେତୁ ଓକିଲ ନୋଟିସ ଜରିଆରେ କମ୍ପାନିର ଜବାବ ସତ୍ୟପାଠକୁ ଦିଆଯାଇଛି । ଯଦିଓ ସ୍ପଷ୍ଟୀକରଣରେ ଦିଆଯାଇଥିବା ତଥ୍ୟ ଭ୍ରମାତ୍ମକ ଏବଂ ସତ୍ୟ ଉପରେ ଆଧାରିତ ନୁହଁ ତଥାପି ମୂଲ୍ୟବୋଧ ଭିତ୍ତିକ ଏବଂ ଦାୟିତ୍ବ ସମ୍ପନ୍ନ ସାମ୍ବାଦିକତା ଦୃଷ୍ଟିରୁ OKCLର ସମସ୍ତ ସ୍ପଷ୍ଟୀକରଣକୁ ଆମେ ପାଠକଙ୍କ ଜାଣିବା ପାଇଁ ଏହି ଖବର ସ୍ଥାନିତ କରୁଛୁ ।