ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ଓଜେଇଇ ରେଜଲ୍ଟ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ରେଜଲ୍ଟ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ୪୭, ୭୨୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ, www.ojee,nic.in ୱେବସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ ।

ଚଳିତ ମାସ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଥିଲା ପରୀକ୍ଷା ।

ରାଜ୍ୟର ୬୧ଟି କେନ୍ଦ୍ର ଓ ବାହାରେ କୋଲକାତା, ପାଟନା ଓ ରାଞ୍ଚିର ୪ଟି ସ୍ଥାନରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ଆଶ୍ଚର୍ଯ୍ୟର ବିଷୟ ପରୀକ୍ଷା ହେବାର ୧୯ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି । ତେବେ ୩୨ ଜଣ ପରୀକ୍ଷାର୍ଥୀ କୌଣସି ରାଙ୍କ ପାଇନାହାନ୍ତି ।

ସିଭିଲ ଇଞ୍ଚିନିୟରିଂ ସଞ୍ଜୀବ ପ୍ରଧାନ ଟପ୍ପର ହୋଇଥିବାବେଲେ ମେଡିକାଲ ଇଞ୍ଚିନିୟରିଂରେ ରଞ୍ଜନ ଶୁଭଙ୍କର ମହାପାତ୍ର ଟପ୍ପର ହୋଇଛନ୍ତି । ସେହିଭଳି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ମିଥୁନ ଅଧିକାରୀ ଟପ୍ପର ହୋଇଥିବାବେଳେ MBAରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଛନ୍ତି । ସେପଟେ ଅଗଷ୍ଟ ୧୦ ରୁ ହେବ OJEE କାଉନସେଲିଂ ।

Related Posts