ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ମିଳିଲା ଟଙ୍କା

ନୂଆଦିଲ୍ଲୀ: ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ମରାମତି ହେବ । ଏନେଇ ସଂଶୋ‌ଧିତ ଆବଣ୍ଟନ ପରେ ଓଡ଼ିଶା ପାଇଁ ୫.୮୧ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଓଡ଼ିଶା ସମେତ ଦେଶର ୩୬ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ପାଇଁ ୬୬.୬୫ କୋଟି ଟଙ୍କାର ଆବଣ୍ଟନ କରାଯାଇଥିଲା।

ଏଥିରେ ଓଡ଼ିଶାକୁ ମିଳିଥିଲା ୪.୩୩ କୋଟି ଟଙ୍କା। ଏହା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ୫୪.୪୪ କୋଟି ଟଙ୍କାର ସଂଶୋଧିତ ଆବଣ୍ଟନ କରାଯାଇଛି। ଯେଉଁଥିରେ ଓଡ଼ିଶାକୁ ମିଳିଛି ଆଉ ୧.୪୮ କୋଟି ଟଙ୍କା। ଏହି ଅର୍ଥ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ବିନିଯୋଗ ହେବ।

Related Posts