ନୁପୁର ଶର୍ମା ଭାରତ ସରକାରଙ୍କ ଅଫିସର ନୁହଁନ୍ତି; ଗଲ୍ଫ ଦେଶମାନଙ୍କରେ ଭାରତର ସମ୍ପର୍କ ଭଲ ଅଛି ଆଉ ଆଗକୁ ବି ରହିବ: ପୀୟୂଷ ଗୋୟଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପିରୁ ନିଲମ୍ବିତ ହୋଇଥିବା ନୁପୁର ଶର୍ମାଙ୍କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ କେନ୍ଦ୍ରରେ ଶାସକ ଏନଡିଏ ସରକାର ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି ସେ କହିଛନ୍ତି। ଏହା ସହ ନୁପୁର ଶର୍ମା ଭାରତ ସରକାରଙ୍କ ଅଫିସର୍ ନୁହଁନ୍ତି। ତେଣୁ ଗଲ୍ଫ ଦେଶ ସହ ଭାରତର ସମ୍ପର୍କ ଜାରି ରହିବ ବୋଲି ସେ କହିଛନ୍ତି। ନୁପୁର ଶର୍ମାଙ୍କ ନିଲମ୍ବନ ସମ୍ପର୍କରେ ସେ କହିଛନ୍ତି ଯେ ତାଙ୍କ ବିରୋଧରେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ।

ଏହା ସହ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ବୈଦେଶିକ କାର୍ୟ୍ୟାଳୟ ଏହି ମନ୍ତବ୍ୟକୁ ସ୍ପଷ୍ଟ କରିଛି ଏବଂ ଏହି ପ୍ରସଙ୍ଗରେ ବିଜେପି ଆବଶ୍ୟକ ପଦକ୍ଷେପ ନେଇଛି। ଏହି ସମସ୍ତ ଦେଶ ସହିତ ଆମର ବହୁତ ଭଲ ସମ୍ପର୍କ ଅଛି ଏବଂ ଆମର ସମ୍ପର୍କ ବହୁତ ଭଲ ରହିବ । ଗଲ୍ଫ ଦେଶରେ ରହୁଥିବା ସମସ୍ତ ଭାରତୀୟ ନିରାପଦରେ ଅଛନ୍ତି ଏବଂ ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି । ଅନ୍ୟପଟେ ପ୍ରାୟ ୧୦ ଦିନ ପୂର୍ବେ ଏକ ଟିଭି ବିତର୍କ ସମୟରେ ବିଜେପିର ଜାତୀୟ ମୁଖପାତ୍ର ନୁପୁର ଶର୍ମା ମହମ୍ମଦଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା। ଏହା ପରେ ରବିବାର ଦିନ ଶର୍ମାଙ୍କୁ ନିଲମ୍ବନ କରିଥିଲେ। ତାଙ୍କ ସହ ନବୀନ ଜିନ୍ଦଲଙ୍କୁ ବହିଷ୍କାର କରାଯାଇଥିଲା।

Related Posts