ନୁପୁର ଶର୍ମା ଓ ନବୀନ ଜିନ୍ଦଲ ବିଜେପିରୁ ନିଲମ୍ବିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି ପ୍ରବକ୍ତା ନୁପୁର ଶର୍ମା ଓ ମିଡିଆ ପ୍ରଭାରୀ ନବୀନ କୁମାର ଜିନ୍ଦଲଙ୍କୁ ବିଜେପି ନିଲମ୍ବିତ କରିଛି । ତେବେ ନିକଟରେ ନୁପୁର ଶର୍ମା ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏହାକୁ ନେଇ ରାଜନୀତି ମଧ୍ୟ ବେଶ ସରଗରମ ହୋଇ ଉଠିଥିଲା । ଏସବୁକୁ ଦୃଷ୍ଟିରେ ରଖି ବିଜେପି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ସୂଚନା ମିଳିଛି । ସେପଟେ ନୁପୁର ଶର୍ମାଙ୍କୁ ପ୍ରାଥମିକ ସଦସ୍ୟତାରୁ ସସପେଣ୍ଡ କରାଯାଇଛି । ତାଙ୍କ ସହ ଦଳର ହାଇକମାଣ୍ଡ ମିଡିଆ ପ୍ରଭାରୀ ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳରୁ ନିଲମ୍ବି କରାଯାଇଛି ।

ତେବେ ନବୀନ ଜିନ୍ଦଲ ଦିଲ୍ଲୀ ବିଜେପିରୁ ମିଡିଆ ପ୍ରଭାରୀ ଥିଲେ । ନୁପୁରଙ୍କୁ ୬ ବର୍ଷ ପାଇଁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଛି । ଏହା ପୂର୍ବରୁ ରବିବାର ବିଜେପି ନୁପୁରଙ୍କ ବିବାଦୀୟ ବୟାନକୁ ନେଇ କହିଥିଲା ଦଳ ସବୁ ଧର୍ମକୁ ସମ୍ମାନ କରେ । କୌଣସି ଧର୍ମର ପୂଜନୀୟ ଲୋକଙ୍କ ଅପମାନକୁ ଦଳ ବରଦାସ୍ତ କରିବ ନାହିଁ । ନୁପୁରଙ୍କ ବିବାଦୀୟ ବୟାନକୁ ନେଇ ବିଜେପି ମହାସଚିବ ଅରୁଣ ସିଂ କହିଥିଲେ ତାଙ୍କ ଦଳ ଅର୍ଥାତ ବିଜେପି ଏମିତି କୌଣସି ବିବାଦୀୟ ବିଚାରଧାରାକୁ ସ୍ୱୀକାର କରିବ ନାହିଁ । ଯାହା କୌଣସି ଧର୍ମ ବା ସମ୍ପ୍ରଦାୟର ଭାବନାକୁ ଆଘାତ ଦେଉଥିବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts