ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହେଲେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ

ନୂଆଦିଲ୍ଲୀ: ଆଜି (ରବିବାର) ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହୋଇଛି ତିହାର ଜେଲରେ ବନ୍ଦ ଥିବା ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ । ଆଜି ଶୁଣାଣି ସମୟରେ ସେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସାମିଲ ନଥିବା କହିଛି । ଅନ୍ୟପଟେ ଲରେନ୍ସକୁ ଆର୍ମ ଆକ୍ଟ ମାମଲାରେ 5 ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ । ଏହି ରିମାଣ୍ଡ ଆବେଦନର ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ପଚରାଉଚୁରା କରିବା ପାଇଁ ଚାହୁଁଥିବା ପୋଲିସ ରିମାଣ୍ଡ ଆବେଦନରେ ଦର୍ଶାଇ ନଥିବା ଜଣାପଡିଛି । ଏହି ରିମାଣ୍ଡ ଅବଧିରେ କେବଳ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ଲରେନ୍ସକୁ ଜେରା କରିବ ଦିଲ୍ଲୀ ପୋଲିସ ।

ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲରେନ୍ସକୁ କୋର୍ଟରେ ହାଜର କରିଥିଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ପୂର୍ବରୁ ଲରେନ୍ସ ନାମରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଜାରି ରହିଥିବା ତଦନ୍ତରେ ପୋଲିସ ପଚରା ଉଚରା କରିବା ପାଇଁ ତାକୁ 5 ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲା । କୋର୍ଟ ଏହି ଆବେଦନକୁ ମଞ୍ଜୁର କରିଛନ୍ତି ।ଅନ୍ୟ ପଟେ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ଲରେନ୍ସ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପୋଲିସ ସନ୍ଦେହ କରୁଛି । ଜେଲରେ ରହି ମଧ୍ୟ ସୁଟର ଲଗାଇ ଲରେନ୍ସ ହିଁ ଏହି ହତ୍ୟାକାଣ୍ଡ ଭିଆଇଥିବା ଅନୁମାନ କରୁଥିବାବେଳେ ଲରେନ୍ସ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛି ।

ତେବେ ଏହା ଏକ ପ୍ରତିଶୋଧମୂଳକ ହତ୍ୟାକାଣ୍ଡ ଓ ସେ ନିଜେ ଏଥିରେ ସାମିଲ ନଥିବା ନିଜ ସଫେଇ ରେ କହିଛି ଗ୍ୟାଙ୍ଗଷ୍ଟାର ଲରେନ୍ସ ।

Related Posts