ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିବାଦୀୟ ଟିପ୍ପଣୀ କରିଥିବା କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗର କାରଣ ଦର୍ଶାଅ ନୋଟିସ୍। ଆୟୋଗ ପ୍ରିୟଙ୍କାଙ୍କୁ ଅକ୍ଟୋବର ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ନୋଟିସ୍ର ଜବାବ ଦେବାକୁ କହିଛନ୍ତି।
ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନର ଦୋସାରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରକୁ ଦେଇଥିବା ଦାନର ଲଫାଫାକୁ ଖୋଲାଯିବାରୁ ସେଥିରୁ ମାତ୍ର ୨୧ ଟଙ୍କା ମିଳିଥିଲା। ଏହାକୁ ନେଇ ବିଜେପି ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଥିଲା। ଏହା ସହିତ ଦଳ ପ୍ରିୟଙ୍କାଙ୍କ ଉକ୍ତ ଭାଷଣର ଭିଡିଓ ମଧ୍ୟ ଆୟୋଗଙ୍କ ନିକଟରେ ଉପସ୍ଥାପିତ କରିଛି।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ କହିଛନ୍ତି, ଅକ୍ଟୋବର ୨୦ ତାରିଖରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ନିଜର ଭାଷଣ ସମୟରେ ଏକ ବୟାନ ଦେଇଥିଲେ, ଯାହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। ସେ ପ୍ରଶ୍ନ କରିଛନ୍ତି ଯେ, କଣ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଆଚରଣ ବିଧିରୁ ଉର୍ଦ୍ଧ୍ଵରେ କି ? ସେ ମିଥ୍ୟା ପ୍ରଚାର କରି ପାରିବେ ନାହିଁ। ଧାର୍ମିକ ଭାବନାକୁ ନେଇ ପ୍ରଚାର ମଧ୍ୟ କରି ପାରିବେ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରିୟଙ୍କା ଗାନ୍ଧୀ କହିଥିଲେ, ଆପଣ ନିଶ୍ଚୟ ଦେଖିଥିବେ। ମୁଁ ଏହାକୁ ଟିଭିରେ ଦେଖିଲି, ଏହା ସତ କି ନୁହେଁ ଜାଣିନି। ପ୍ରଧାନମନ୍ତ୍ରୀ ମୋଦି ବୋଧହୁଏ ଦେବନାରାୟଣ ମନ୍ଦିରକୁ ଯାଇଥିଲେ। ସେ ସେଠାରେ ଏକ ଲଫାପା ଦେଇଥିଲେ। ବର୍ତ୍ତମାନ ମୁଁ ଟିଭିରେ ଦେଖିଲି ଯେ ୬ମାସ ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରଖାଯାଇଥିବା ଲଫାପା ଖୋଲାଯାଉଛି। ଜନସାଧାରଣ ଭାବୁଛନ୍ତି ଯେ ଏହି ଲଫାପାରେ କ’ଣ ହେବ ଭଗବାନ ଜାଣନ୍ତି, ଦେଶର ଏତେ ବଡ ନେତା ପ୍ରଧାନମନ୍ତ୍ରୀ ଆସିଥିଲେ, ସେ ଲଫପା ଦେଇ ଚାଲିଯାଇଛନ୍ତି। ଲଫାଫା ଖୋଲିବା ବେଳକୁ ୨୧ ଟଙ୍କା ମିଳିଲା। ବର୍ତ୍ତମାନ ଆପଣମାନେ ମୋତେ କୁହ ଯେ ଦେଶରେ ଯାହା ହେଉଛି, ବଡ଼ ପ୍ଲାଟଫର୍ମରେ ଠିଆ ହୋଇ ଖାଲି ଘୋଷଣା କରାଯାଉଛି, ତୁମକୁ କେଉଁ ପ୍ରକାରର ଲଫାପା ଦେଖାଯାଉଛି ଏବଂ ଯେତେବେଳେ ତୁମେ ସେହି ଲଫାପା ଖୋଲିବ, ନିର୍ବାଚନ ସମାପ୍ତ ହେବ ଏବଂ ଟର୍ନ ଆସେ।