ଅଖଣ୍ଡ ଭାରତ କଥା ନକହି; ଭାରତର ସେହି ଅଂଶ ବିଷୟରେ କଥାବାର୍ତ୍ତା କରନ୍ତୁ, ଯେଉଁଠି ସେନା ମଧ୍ୟ ପେଟ୍ରୋଲିଂ କରିବାରେ ଅସମର୍ଥ: ଓୱାଇସି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନକୁ ନେଇ ବର୍ତ୍ତମାନ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ତେବେ ୧୫ରୁ ୨୦ ବର୍ଷ ମଧ୍ୟରେ ଦେଶ ଅଖଣ୍ଡ ଭାରତରେ ପରିଣତ ହେବାକୁ ଯାଉଛି ବୋଲି ଉତ୍ତରାଖଣ୍ଡର ଏକ କାର୍ଯ୍ୟକ୍ରମରେ ମୋହନ ଭାଗବତ କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ହିଁ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହା ମଧ୍ୟରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ତାଙ୍କର ଏହି ବୟାନରେ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ଭାରତର ସେହି ଅଂଶ ବିଷୟରେ ମୋହନ ଭାଗବତ କଥାବାର୍ତ୍ତା କରୁଛନ୍ତି ଯେଉଁଠାରେ ସେନା ମଧ୍ୟ ପାଟ୍ରୋଲିଂ କରିବାରେ ସକ୍ଷମ ନୁହଁନ୍ତି ବୋଲି ଓୱାଇସି କହିଛନ୍ତି । ବାସ ଏହା ପରେ ସୋସିଆଲ ମିଡିଆରେ ଓୱାଇସିଙ୍କ ଖୁବ ଟ୍ରୋଲ ହେବାରେ ଲାଗିଛନ୍ତି । ସେପଟେ ଓୱାଇସି ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ମୋହନ ଭଗବତ ସାହେବଙ୍କୁ କହିବାକୁ ଚାହେଁ ଯେ ସେ ଅଖଣ୍ଡ ଭାରତର କଥା କୁହନ୍ତୁ ନାହିଁ ।

ଚାଇନା ବିଷୟରେ ଉଲ୍ଲେଖ କରି ଓୱାଇସି କହିଛନ୍ତି, ‘ଚୀନ୍ ଭାରତର ସେହି ଅଞ୍ଚଳକୁ ଦଖଲ କରିଛି ଯେଉଁଠାରେ ଭାରତୀୟ ସେନା ପାଟ୍ରୋଲିଂ କରିବାରେ ଅସମର୍ଥ। ଆପଣ କେବଳ ସେହି କଥାବାର୍ତ୍ତା କରନ୍ତୁ ବୋଲି କହିଛନ୍ତି । ସେପଟେ ଓୱାଇସିଙ୍କ ବିବୃତ୍ତି ସାମ୍ନାକୁ ଆସିବା ପରେ ଲୋକମାନେ ମଧ୍ୟରେ ପ୍ରତିକ୍ରିୟର ଦେଉଥିବାର ଦେଖିବାକୁ ମିଳିଛି । ତେବେ କାର୍ତ୍ତିକ ଶର୍ମା ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରୁ ଏହା ଲେଖାଯାଇଛି ଯେ ଆମେ ମଧ୍ୟ ଆପଣଙ୍କୁ ସମାନ ଆସାଦୁଦ୍ଦିନ ଓୱାଇସି ସାହିବ କହିବାକୁ ଚେଷ୍ଟା କରୁଛୁ । ରାହୁଲ ଗାନ୍ଧୀଙ୍କ ସହିତ ତୁମର ସ୍ୱରକୁ ମିଶ୍ରଣ କର ନାହିଁ, ଏହା ଆଉ କଂଗ୍ରେସର ହିନ୍ଦୁସ୍ତାନ ନୁହେଁ । ଆମ ଜମିର ଗୋଟିଏ ଇଞ୍ଚ ମଧ୍ୟ କେହି ଦଖଲ କରିନାହାଁନ୍ତି, ଦେଶକୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts