୨୦୨୨ ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର; ବେଲାରୁସର ମାନବାଧିକାର କର୍ମୀଙ୍କ ସମେତ ୨ ସଙ୍ଗଠନକୁ ମିଳିବ ପୁରସ୍କାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୨ ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ନୋବେଲ କମିଟି ବେଲାରୁସର ମାନବାଧିକାର କର୍ମୀ ଆଲେସ ବାଲିଆସ୍କି, ଋଷ ମାନବାଧିକାର ସଂଗଠନ ‘ମେମୋରିଆଲ’ ଏବଂ ୟୁକ୍ରେନର ମାନବାଧିକାର ସଂଗଠନ ‘ସେଣ୍ଟର ଫର ସିଭିଲ ଲିବର୍ଟିଜ’କୁ ମିଳିତ ଭାବେ ଏହି ସମ୍ମାନ ମିଳିବ । ଏହି ନୋବେଲ ପୁରସ୍କାର ବିଜେତା ନିଜ ଦେଶରେ ନାଗରିକ ସାମାଜର ପ୍ରତିନିଧିତ୍ୱ କରୁଥିଲେ । ଅନେକ ବର୍ଷ ଧରି ନାଗରିକଙ୍କ ମୌଳିକ ଅଧିକାର ରକ୍ଷା କରିବା ପାଇଁ ସେମାନେ କାମ କରିଆସୁଥିଲେ ।

୧୯୮୦ ଦଶକର ମଧ୍ୟ ଭାଗରେ ବେଲାରୁସରେ ଆରମ୍ଭ ହୋଇଥିବା ଲୋକତନ୍ତ୍ର ଆନ୍ଦୋଳନରେ ଆଲେସ ବାଲିଆସ୍କି ଜଣେ ଅଗ୍ରଣୀ ବ୍ୟକ୍ତିଥିଲେ । ସେ ନିଜର ଜୀବନକୁ ଦେଶରେ ଲୋକତନ୍ତ୍ର ଏବଂ ଶାନ୍ତିପୂର୍ଣ୍ଣ ବିକାଶକୁ ଆଗକୁ ନେବାରେ ସମର୍ପିତ କରିଥିଲେ । ୧୯୯୬ରେ ସେ ଭିଆସନ ସଙ୍ଗଠନର ସ୍ଥାପନା କରିଥିଲ। ଭିଆସନ ଏକ ମାନବାଧିକାର ସଂଗଠନ ଭାବେ ବିକଶିତ ହୋଇଥିଲା । ଏହି ଅନୁଷ୍ଠାନ ରାଜନୈତିକ ବନ୍ଦୀଙ୍କ ଉପରେ ହେଉଥିବା ଅତ୍ୟାଚରକୁ ରୋକିବା ପାଇଁ ସ୍ୱର ଉତ୍ତୋଳନ କରିଥିଲା ।

Related Posts