ହିଂସା ଦ୍ୱାରା କେହି ଲାଭବାନ ହୁଅନ୍ତି ନାହିଁ: ଆରଏସଏସ ମୁଖ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଦିନକୁ ଦିନ ସାମ୍ପ୍ରଦାୟିକ ହିଂସା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛନ୍ତି । ତେବେ ହିଂସା ଦ୍ୱାରା କେହି ଲାଭବାନ ହୁଅନ୍ତି ନାହିଁ । ଯିଏ ଏହି ଜିନିଷକୁ ଭଲ ପାଏ, ସେ ତାଙ୍କର ଶେଷ ଦିନ ଗଣନା କରୁଛି ବୋଲି ଆରଏସଏସ ମୁଖ୍ୟ କହିଛନ୍ତି । ସେପଟେ ସଂଗଠନର ଏହି ବିବୃତ୍ତିକୁ ଶିବସେନା ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି ।

ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଏଭଳି ଧାରଣା ଉପରେ ବିତର୍କ ହେବା ଉଚିତ। ସେପଟେ ଅମ୍ରାବତୀ ଜିଲ୍ଲା ନିକଟ ଭାନଖଡା ରୋଡରେ ଏକ କାର‌୍ୟ୍ୟକ୍ରମ ସମୟରେ ଭାଗବତଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିଛି । ସେ ସନ୍ଥ କବରରାମଙ୍କ ନାତି ସାଇ ରାଜଲାଲ ମୋରଦିଆ ‘ଗଦ୍ଦିନୀସୀନି’ରେ ମୁଖ୍ୟ ଅତିଥି ଭାବରେ କାନୱାରାମ ଧାମରେ ପହଞ୍ଚିଥିଲେ । ହିଂସା ଦ୍ୱାରା କେହି ଲାଭବାନ ହୁଅନ୍ତି ନାହିଁ ବୋଲି ଆରଏସଏସ ମୁଖ୍ୟ କହିଛନ୍ତି। ସମସ୍ତ ସମ୍ପ୍ରଦାୟକୁ ଏକାଠି କରି ମାନବିକତା ରକ୍ଷା କରିବାକୁ ସେ ନିବେଦନ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts