ପାକିସ୍ତାନରେ ପ୍ରଧାନମନ୍ତ୍ରୀଙ୍କ ସିଂହାସନରେ ଯିଏ ବି ବସନ୍ତୁ ନା କାହିଁକି, ପାକିସ୍ତାନକୁ କେବଳ ସେନା ହିଁ ଶାସନ କରିବ: ଶଶି ଥରୁର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ବର୍ତ୍ତମାନ ଇମ୍ରାନ ଖାନଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବିରୋଧୀ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିବାରେ ଲାଗିଛନ୍ତି । ଏହା ମଧ୍ୟରେ ଦେଶରେ ଚାଲିଥିବାର ରାଜନୈତିକ ସଙ୍କଟକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ପାକିସ୍ତାନ ସଂସଦ ବାଚସ୍ପତି ଭୋଟ୍ ଦେବାକୁ ଅନୁମତି ଦେଇ ନଥିଲେ ଆଉ ରାଷ୍ଟ୍ରପତି ବିଧାନସଭାକୁ ଭଙ୍ଗ କରିଥିଲେ। ମୁଁ ଭାବୁଛି ଏଭଳି ଘଟଣା ଏହା ପୂର୍ବରୁ ପାକିସ୍ତାନରେ କେବେ ହୋଇ ନଥିଲା। ସେ ଏହାକୁ ନିନ୍ଦା କରି କହିଛନ୍ତି ଯେ ଯିଏ ପାକିସ୍ତାନରେ ପ୍ରଧାନମନ୍ତ୍ରୀଙ୍କ ସିଂହାସନରେ ବସିଲେ ବି ଦେଶକୁ ସେନା ଚଳାଇବ। କାହିଁକିନା ପାକିସ୍ତାନରେ ସରକାର ଚଳାଇବାରେ ସେନାର ହାତ ଥାଏ । ଅନ୍ୟପଟେ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ସୋମବାର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଇମ୍ରାନ ଖାନ ଦେଶର କାର୍ୟ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବରେ କାର୍ୟ୍ୟ କରିବେ।

ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଯେ ପର୍ୟ୍ୟନ୍ତ ନୂତନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିନାହାନ୍ତି । ସେ ପର୍ୟ୍ୟନ୍ତ କାର୍ୟ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ କାର୍ୟ୍ୟ ଜାରି ରଖିବେ। ସେପଟେ ଇମ୍ରାନଙ୍କୁ ହଟାଇବା ଲାଗି ବିରୋଧୀ ଦଳ ସଂସଦରେ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଗତକାଲି ଉପବାଚସ୍ପତି ଖାରଜ କରିଦେବା ପରେ ଅନାସ୍ଥା ଭୋଟ୍କୁ ଟାଳିବାକୁ ସକ୍ଷମ ହେବାପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସଂସଦ ଭଙ୍ଗ କରିବା ଲାଗି ରାଷ୍ଟ୍ରପତି ଅରିଫ୍ ଆଲ୍ଭିଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ସଂସଦ ଭଙ୍ଗ କରିଥିଲେ । ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts