ଅଧ୍ୟାପନା କରିବା ପାଇଁ ଆଉ ଦରକାର ପଡ଼ିବ ନାହିଁ ପିଏଚ୍‌ଡି ଡିଗ୍ରୀ: ୟୁଜିସି

ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିବା ନେଇ ଆଶାୟୀଙ୍କ ପାଇଁ ଏକ ବଡ ଘୋଷଣା କରିଛି ୟୁଜିସି | ଆଉ ଅଧ୍ୟାପନା କରିବା ପାଇଁ ଦରକାର ପଡ଼ିବନାହିଁ ଡକ୍ଟରେଟ୍‌ ଅର୍ଥାତ ପିଏଚ୍‌ଡି ଡିଗ୍ରୀ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପିଏଚ୍‌ଡି ଡିଗ୍ରୀ ବାଧ୍ୟତାମୂଳକକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ୟୁଜିସିର ଏହି ନିଷ୍ପତ୍ତି ଫଳରେ ସମ୍ୱନ୍ଧିତ ବିଷୟର ବିଶେଷଜ୍ଞମାନେ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାଇ ପାରିବେ । ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏନେଇ ସୁବିଧା ମିଳିବ ।

ଏହାଛଡ଼ା ୟୁଜିସି ଅନ୍ୟ କେତେକ ବିଶେଷ ପଦ ସୃଷ୍ଟି କରିବା ନେଇ ମଧ୍ୟ ଯୋଜନା କରୁଛି । ଏହି ପଦଗୁଡ଼ିକରେ ନିଯୁକ୍ତି ପାଇଁ ପିଏଚ୍‌ଡିର ଆବଶ୍ୟକତା ହେବ ନାହିଁ । ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବିକ ଏହି ପଦ ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌, ଆସୋସିଏଟ୍‌ ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌ ହୋଇପାରେ ।

ଏହି ସମ୍ୱନ୍ଧରେ ୟୁଜିସି ଚେୟାରମ୍ୟାନ୍‌ ଏମ୍‌ ଜଗଦିଶ କୁମାର କହିଛନ୍ତି, କିଛି ବିଶେଷଜ୍ଞ ପାଠ ପଢ଼ାଇବାକୁ ଚାହୁଁଛନ୍ତି । କିଛି ଏମିତି ବ୍ୟକ୍ତି ରହିଛନ୍ତି ଯାହାଙ୍କ ପାଖରେ ତୃଣମୂଳ ସ୍ତରରୁ ଅଧ୍ୟାପନା କିରିବାର ଅଭିଜ୍ଞତା ରହିଛି ଅଥବା ଶିକ୍ଷା ଦେବାର ଅଭିଜ୍ଞତା ରହିଛି । ସେ ଜଣେ ମହାନ ନର୍ତ୍ତକ କିମ୍ୱା ସଙ୍ଗୀତକାର ମଧ୍ୟ ହୋଇପାରନ୍ତି ବୋଲି ସେ କହିଛନ୍ତି ।

Related Posts