ସାର୍ ଟୁଇଟ୍ ପାଇଁ ଧନ୍ଯବାଦ, କିନ୍ତୁ ୧୬ ଏପ୍ରିଲ ୨୦୧୯ ରେ ଲାଇନ୍ କାଟିଥିଲା କିଏ? ଯଦି ଅନ୍ଧାରରେ ମୋଦିଙ୍କୁ ଆଟାକ୍ ହୋଇଥାନ୍ତା?

ସତ୍ୟପାଠ, ୦୯/୦୧ ; ପଂଜାବ ରେ

ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ଯବସ୍ଥାରେ ଉଲଂଘନ ପ୍ରସଙ୍ଗକୁ ନେଇ ଦେଶତମାମ ରାଜନୈତିକ ମାହୋଲ ଏବେ ସରଗରମ।ଅନେକ ଏହି ଘଟଣା ପାଇଁ ପଂଜାବ ସରକାରଙ୍କୁ ଦାୟୀ କରିଥିବା ବେଳେ ବହୁ ନେତା ଏଥିପାଇଁ ପିଏମ ଙ୍କ ସୁରକ୍ଷା ଦାୟୀତ୍ବ ରେ ଥିବା ଏସପିଜି କୁ ଦାୟୀ କରିଛନ୍ତି। କିଛି ନେତାଙ୍କ କହିବା କଥା ଯେ ପ୍ରଦର୍ଶନକାରୀଙ୍କ ପାଇଁ ଫ୍ଲାଏ ଓଭର ଉପରେ ୨୦ ମିନିଟ ଧରି ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଫସି ରହିବା ଘଟଣାକୁ ଜୀବନପ୍ରତି ବିପଦ ଥିଲା କହି ମୋଦି ଏହି ପ୍ରସଙ୍ଗକୁ ଅତିରଞ୍ଜିତ କରୁଛନ୍ତି ବୋଲି ମତ ଦେଇଛନ୍ତି।

ଏହି ଘଟଣା କୁ ନିନ୍ଦା କରି ଓଡ଼ିଶା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଟୁଇଟ ଟେ କରିଛନ୍ତି ତାହାକୁ ବିଭିନ୍ନ ମହଲରେ ସ୍ଵାଗତ ଓ ପ୍ରଶଂସା କରାଯାଇଛି। ପଞ୍ଜାବ ରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ। ଭାରତର ପ୍ରଧାନମନ୍ତ୍ରୀ ଜଣେ ବ୍ୟକ୍ତି ବା ପଦାଧିକାରୀ ନେତା ନୁହନ୍ତି, ପ୍ରଧାନମନ୍ତ୍ରୀ ଜଣେ ଅନୁଷ୍ଠାନ ବୋଲି କହିଛନ୍ତି ମୂଖ୍ୟମନ୍ତ୍ରୀ। ତାଙ୍କୁ ସୁରକ୍ଷା ଯୋଗାଇଦେବା ପ୍ରତ୍ୟେକ ରାଜ୍ୟ ସରକାରଙ୍କ ଦାୟିତ୍ବ।।

ସଙ୍ଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମୂଖ୍ୟମନ୍ତ୍ରୀ ନବୀନ ପଟନୟକଙ୍କ ଟୁଇଟ୍ ଟି ନିଶ୍ଚିତ ଭାବରେ ଏକ ସୁସ୍ଥ ପରମ୍ପରା ର ଉଦାହରଣ। କାରଣ ଟୁଇଟ୍ ର ଭାଷା ଦଳୀୟ ରାଜନୈତିକ ଚିନ୍ତାଧାରା ର ଉର୍ଦ୍ଧ ରେ ଏବଂ ଏଥିପାଇଁ ନବୀନଙ୍କୁ ବିଭିନ୍ନ ଦଳ ଏପରିକି ବିଜେପି ରେ ବହୁ ନେତl ଓ କର୍ମୀ ଅଭିନନ୍ଦନ ଜଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଉ ଯୋଡିଏ ଘଟଣା ସାମନାକୁ ଆସିଛି ଯାହାକି ନବୀନଙ୍କ ଟୁଇଟ୍ ର ଭାଷା ଏଵଂ ତାଙ୍କର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛ। ଯଦି ବାସ୍ତବରେ ମୂଖ୍ୟମନ୍ତ୍ରୀ ହୃଦୟଙ୍ଗମ କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ଜଣେ ଅନୁଷ୍ଠାନ ବୋଲି ତେବେ ପଞ୍ଜାବ ରେ ଫ୍ଲାଏଓଭର ରେ ୨୦ ମିନିଟ ଫସି ରହିବା ଯୋଗୁଁ ମୋଦୀଙ୍କ ଉପରେ ବିପଦର ଯେତିକି ଆଶଙ୍କା ଥିଲା ତା ଠାରୁ ଅଧିକ ବିପଦର ଆଶଙ୍କା ସୃଷ୍ଟି ହେଇଥିଲା ମୋଦୀଙ୍କର ଓଡ଼ିଶା ଗସ୍ତ ବେଳେ। ଆଶ୍ଚର୍ଯ୍ୟର କଥା ନା ନବୀନ ବାବୁ ଏହାକୁ ନେଇ ଦୁଃଖ ପ୍ରକାଶ କଲେ ନା ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କଲେ ନା ମୋଦି ଜୀ ଯିଏ ପଞ୍ଜାବ ଘଟଣାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ଏବଂ ଜୀବନ ବଞ୍ଚେଇ ଫେରିଲେ ବୋଲି କହୁଛନ୍ତି ସେ ମଧ୍ୟ ଓଡିଶା ଘଟଣାକୁ ନେଇ ପଦୁଟିଏ ବି କ୍ଷୋଭ ପ୍ରକାଶ କରିନାହାନ୍ତି।

ଘଟଣାଟି ହେଉଛି ୧୬ ଏପ୍ରିଲ ୨୦୧୯ ତାରିଖର। ସେହିଦିନ ସନ୍ଧ୍ୟାରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଏକ ଜନସଭାକୁ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। ଏହାର କିଛିଦିନ ପୂର୍ବରୁ ମୋଦିଙ୍କ ଜିବନପ୍ରତି ବିପଦ ଅଛି ବୋଲି ଖବର ମଧ୍ଯ ପ୍ରକାଶ ପାଇଥିଲା। ୧୬ ତାରିଖ ଦିନ ଯେତେବେଳେ ମୋଦିଜୀ ଭୁବନେଶ୍ୱର ବିମାନବନ୍ଦର ରେ ପହଞ୍ଚିଲେ ସେତେବେଳକୁ ସନ୍ଧ୍ୟା ପ୍ରାୟ। ବିମାନ ବନ୍ଦର ରୁ ସଭାସ୍ଥଳ ଯାଏ ପ୍ରଧାନମନ୍ତ୍ରୀଙ୍କୁ ରୋଡ ସୋ ରେ ଯିବାର କାର୍ଯ୍ୟକ୍ରମ ଥିଲା। ରାସ୍ତାର ଉଭୟ ପାର୍ଶ୍ ରେ ଜନ ସମାଗମ।

ଠିକ ରୋଡ ସୋ ଆରମ୍ଭ ହେବାକ୍ଷଣି ମୋଦୀଙ୍କ ରୁଟ ରେ ଥିବା ଷ୍ଟ୍ରିଟ ଲାଇଟ ଗୁଡ଼ିକର ଲାଇନ୍ କଟିଗଲା। ସବୁଆଡେ ଅନ୍ଧାର। ସେହି ଅନ୍ଧାର ଭିତରେ ଖୋଲା ଗାଡ଼ିରେ ମୋଦୀ ରୋଡ ସୋ କଲେ ପାଖାପାଖି ୩୦ ମିନିଟ ପର୍ଯ୍ୟନ୍ତ। ଗୁରୁତ୍ବପର୍ଣ୍ଣ କଥା ହେଲା ସେତେବେଳେ କୌଣସି ବଡ ଗ୍ରିଡ୍ ଫେଲ ହେଇ ନ ଥିଲା, ତଥାପି ପି ଏମ ଙ୍କ ଗସ୍ତବେଳେ ଏଭଳି ଅଚାନକ ବ୍ଲାକଆଉଟ୍ ହେଲା କିଭଳି?

ପରିସ୍ଥିତି ଏଭଳି ଥିଲା ଯେ କେବଳ ମୋଦୀଙ୍କ ଗାଡ଼ିର ଏଲ୍ ଇ ଡି ଲାଇଟ୍ ରେ ତାଙ୍କ ମୁହଁ ବାହାରକୁ ଦେଖାଯାଇଥିଲା ଏବଂ ରାସ୍ତା କଡ଼ରେ ଅନ୍ଧକାର ଯୋଗୁଁ କିଛି ଦେଖା ଯାଉ ନ ଥିଲା। ୩୦ ମିନିଟ ଧରି ପ୍ରଧାନମନ୍ତ୍ରୀ ଅନ୍ଧାର ରେ ଖୋଲା ଗାଡ଼ିରେ ରୋଡ ସୋ ରେ ଯିବା ଅତ୍ୟନ୍ତ ବିପଦପୂର୍ଣ୍ଣ। ଅନ୍ଧାର ରେ କେହି ବି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିପାରିଥାନ୍ତୁ।

ଏହି ସମୟରେ ନିର୍ବାଚନକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଜୋରରେ ଟକରା ଟକିରି ଚାଲିଥିଲା। ନବୀନ ଙ୍କୁ ପୋଡ଼ା ଟ୍ରାନ୍ସଫର୍ମର, ଧୃତରାଷ୍ଟ୍ର, ଶିଖଣ୍ଡି ଏପରିକି ଗୋଟିଏ ନିର୍ବାଚନୀ ସଭାରେ ନବୀନଙ୍କ ଉପରକୁ BJP କର୍ମୀ ଜୋତା ଫିଙ୍ଗିବା ଭଳି ନିମ୍ନ ସ୍ତରର ଘଟଣା ବି ଘଟିଥିଲା। ଠିକ୍ ସେହି ସମୟରେ ମୋଦିଙ୍କ ରୋଡ ସୋ ବେଳେ ଅଚାନକ ଲାଇନ୍ କାଟିବା ଏବଂ ବ୍ଲାକ ଆଉଟ ଘଟଣାରେ ନବୀନ ଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା। ପ୍ରଶ୍ନ ଏବେବି ଉଠୁଛି , କିଏ ଲାଇନ୍ କାଟିବା ନିଷ୍ପତ୍ତି କାହାର ଥିଲା? କଣ ଟେକ୍ନିକାଲ ପ୍ରୋବେଲମ ହେଇଥିଲା। ଏଥିପାଇଁ ତଦନ୍ତ ହେଇଥିଲା ନା ନାହିଁ। ଯଦି ହଁ ତେବେ ରିପୋର୍ଟ ରେ କଣ ଆସିଲା? ସେତେବେଳେ ନବୀନ ବାବୁ ଏହିଭଳି ଭାଷାରେ ଟୁଇଟ୍ କରିଥିଲେ କି?

କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ୨୦୧୬ ଜୁନ ୨୪ ତାରିଖରେ ବରଗଡ଼ ଠାରେ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଙ୍କ ଗାଡ଼ି ଉପରେ ବିଜେଡି ର କର୍ମୀମାନେ ଆକ୍ରମଣ କରିଥିଲେ। ମୋଦି ସରକାରର ବିକାଶ ଉତ୍ସବ ରେ ଯୋଗଦେବାକୁ ଆସିଥିବl ଦୁଇ ମନ୍ତ୍ରୀଙ୍କ ଗାଡ଼ି ଉପରେ ଆକ୍ରମଣ ହେଇଥିଲା। ସେ ଘଟଣାରେ ନବୀନ ବାବୁଙ୍କ ଭୂମିକା କଣ ଥିଲା?

Related Posts