ଦ୍ରୌପଦୀଙ୍କ ପାଇଁ କଂଗ୍ରେସ ପାଖରେ ଭୋଟ ଭିକ୍ଷା କଲେ ନବୀନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): NDA ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ପ୍ରଥମ ରୁ ବିଜୁ ଜନତା ଦଳ ସମର୍ଥନ ଘୋଷଣା କରି ସାରିଥିବା ବେଳେ ଏବେ ତାଙ୍କ ପାଇଁ ଭୋଟ ଯୋଗାଡ଼ ରେ ଲାଗି ପଡ଼ିଛି। ଦ୍ରୌପଦୀ ଙ୍କୁ ଭୋଟ ଦେବା ପାଇଁ ଆଜି ବିଜେଡି ର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କଂଗ୍ରେସ ର ବିଧାୟକ ଦଳ ନେତା ଙ୍କୁ ଭେଟିଛନ୍ତି ଓ ସମର୍ଥନ ମାଗିଛନ୍ତି। ନରସିଂହ ଙ୍କୁ ଭେଟିବା ପାରେ ପ୍ରଣବ କହିଛନ୍ତି କି ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ମୁଁ ଶ୍ରୀ ମିଶ୍ର ଙ୍କୁ ଭେଟିଛି। ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ଙ୍କୁ ସମର୍ଥନ କରିଛନ୍ତି ଓ ସମସ୍ତ ଙ୍କୁ ସମର୍ଥନ ଦେବାକୁ ନେବଦନ କରିଛନ୍ତି। ସେହି କ୍ରମ ରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଦଳ ର ସମସ୍ତ ବରିଷ୍ଠ ଉପସଭାପତି ଓ ମନ୍ତ୍ରୀ ମାନେ କଂଗ୍ରେସ ର ସମସ୍ତ ବିଧାୟକ, ପିସିସି ସଭାପତି ଓ ଲକ୍ଷ୍ମଣ ମୁଣ୍ଡା ଙ୍କୁ ଭେଟି ସମର୍ଥନ ପାଇଁ ମନାଇବେ।

ସେପଟେ ଅପରାହ୍ନ ରେ ରାୟଗଡ଼ା ର ବିଧାୟକ ମକରନ୍ଦ ମୁଦୁଲି ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ଦ୍ରୌପଦୀ ଙ୍କୁ ସମର୍ଥନ କରିବାକୁ କହିଛନ୍ତି ।ଶ୍ରୀ ମୁଦୁଲି ମଧ୍ୟ ଦ୍ରୌପଦୀ ଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ କହିଛନ୍ତି ଦ୍ରୌପଦୀ ଓଡ଼ିଆ ଝିଅ ଓଡ଼ିଶା ର ସ୍ୱାଭିମାନ ତେଣୁ ଓଡ଼ିଶା ର ପ୍ରତ୍ୟେକ ଭୋଟ ତାଙ୍କୁ ଯିବା ଉଚିତ୍। ଏହା ପରେ ଶ୍ରୀ ମୁଦୁଲି ତାଙ୍କ ଅନୁରୋଧ କୁ ସମ୍ମାନ ଜଣାଇ ଦ୍ରୌପଦୀ ଙ୍କୁ ସମର୍ଥନ ଜଣାଇଛନ୍ତି।
ସୂଚନା ଅନୁସାରେ ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କଂଗ୍ରେସ ବିଧାୟକ ମାନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି।

Related Posts