ନାଟୋ ସଦସ୍ୟତା ପାଇବା ପାଇଁ ଆଉ ଜିଦ ନାହିଁ: ଜେଲେନସ୍କି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଋଷ ଓ ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧ ୧୪ ଦିନରେ ପହଞ୍ଚିଛି । ତେବେ ଉଭୟ ଦେଶର ଯୁଦ୍ଧର କାରଣ ନାଟୋ । ଅର୍ଥାତ ୟୁକ୍ରେନ ନାଟୋରେ ମିଶିବା ନେଇ ଜିଦ ଧରିବା ପରେ ଆରମ୍ଭ ହୋଇଥିଲା କଥା କଟାକଟି । ଆଉ ଏହା ପରେ ଆରମ୍ଭ ହୋଇଥିଲା ଯୁଦ୍ଧ । ହେଲେ ଏହା ମଧ୍ୟରେ ୟୁକ୍ରେନକୁ ନାଟୋ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବାର କଥା ସାମ୍ନାକୁ ଆସିଛି । ଆଉ ସବୁଠାରୁ ରୋଚକ କଥାଟି ହେଉଛି, ୟୁକ୍ରେନ ମଧ୍ୟ ଆଉ ନାଟୋ ସଦସ୍ୟତା ପାଇଁ ଜିଦ କରୁନାହିଁ । ଯାହା ବର୍ତ୍ତମାନର ଚର୍ଚ୍ଚାର ବିଷୟ ପାଲଟିଛି ।

ଏନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇ କହିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପଟେ ୟୁକ୍ରେନ୍ ଆକ୍ରମଣ ପାଇଁ ରୁଷ ଯେଉଁ କେତୋଟି କାରଣ ଦର୍ଶାଇଛି ସେଥିରୁ ଗୋଟାଏ ହେଉଛି ‘ନାଟୋ’ ସଦସ୍ୟତା ପାଇଁ ୟୁକ୍ରେନ୍ର ବିଶେଷ ଆଗ୍ରହ। ରୁଷକୁ ଶାନ୍ତ କରାଇବା ଭଳି ମନେହେଉଥିବା ଆଉ ଏକ ସମ୍ମତିରେ ଜେଲେନସ୍କି କହିଛନ୍ତି ଯେ, ଫେବ୍ରୁଆରି ୨୪ରେ ଆକ୍ରମଣ ପୂର୍ବରୁ ରୁଷକୁ ସମର୍ଥନ କରୁଥିବା ୟୁକ୍ରେନରେ ଯେଉଁ ୨ଟି ବିଚ୍ଛିନ୍ନାଞ୍ଚଳକୁ ରାଷ୍ଟ୍ରପତି ପୁଟିନ ସ୍ବାଧୀନ ଘୋଷଣା କରିଥିଲେ, ତା’ର ସ୍ଥିତାବସ୍ଥା କ୍ଷେତ୍ରରେ ମଧ୍ୟ ସେ ସାଲିସ କରିବାକୁ ପ୍ରସ୍ତୁତ ଅଛନ୍ତି।

କେବଳ ଏତିକି ନୁହେଁ ବରଂ ନାଟୋ’ ୟୁକ୍ରେନ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ବୋଲି ଆମର ହୃଦ୍ବୋଧ ହେବା ପରେ ଦୀର୍ଘ ସମୟ ଧରି ସେ ପ୍ରସଙ୍ଗରେ ଚୁପ ରହିଛି। ‘ନାଟୋ’ ବିବାଦୀୟ ପ୍ରସଙ୍ଗ ଏବଂ ରୁଷକୁ ମୁକାବିଲା କରିବା ଲାଗି ଭୟ କରୁଛି। ‘ନାଟୋ’ ସଦସ୍ୟତା ପ୍ରସଙ୍ଗରେ ଜେଲେନସ୍କି ଜଣେ ଭାଷାନ୍ତରକାରୀଙ୍କ ମାଧ୍ୟମରେ ଜେଲେନ୍ସ୍କି କହିଛନ୍ତି ଯେ, କୌଣସି ଜିନିଷ ପାଇଁ ଆଣ୍ଠୁମାଡ଼ି ଭିକ୍ଷା ମାଗିବା ଦେଶର ସେ ରାଷ୍ଟ୍ରପତି ହେବାକୁ ଚାହାଁନ୍ତି ନାହିଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି । ସେପଟେ ପଡ଼ୋଶୀ ଦେଶ ୟୁକ୍ରେନ୍ ‘ନାଟୋ’ରେ ଯୋଗ ଦେଉ ବୋଲି ରୁଷ୍ ଚାହେଁନାହିଁ।

କାରଣ, ସୋଭିଏତ୍ ଦେଶର ପ୍ରାର୍ଦୁଭାବରୁ ୟୁରୋପକୁ ନିରାପଦ ରଖିବା ଲାଗି ଶୀତଳ ଯୁଦ୍ଧ ପ୍ରାରମ୍ଭିକ କାଳରେ ଆଟ୍ଲାଣ୍ଟିକ୍ ସାଗର ସେପାରି ମେଣ୍ଟ ‘ନାଟୋ’ ସୃଷ୍ଟି କରାଯାଇଥିଲା। କିନ୍ତୁ, ଅଳ୍ପ କେତେ ବର୍ଷ ହେବ ‘ନାଟୋ’ ପୂର୍ବାଞ୍ଚଳ ଆଡ଼କୁ ଅଧିକ ସମ୍ପ୍ରସାରିତ ହୋଇ ପୂର୍ବତନ ସୋଭିଏତ୍ ଦେଶରୁ ବିଚ୍ଛିନ୍ନ ହୋଇ ଯାଇଥିବା ରାଷ୍ଟ୍ରଗୁଡ଼ିକୁ ସଦସ୍ୟ କରୁଥିବାରୁ କ୍ରେମ୍ଲିନ୍ କ୍ଷୁବ୍ଧ ହୋଇଛି। କାରଣ, ଏଥିଯୋଗୁଁ ଭବିଷ୍ୟତରେ ରୁଷ୍ ବିପଦଗ୍ରସ୍ତ ହୋଇପାରେ ବୋଲି ରାଷ୍ଟ୍ରପତି ପୁଟିନ୍ ଆଶଙ୍କା କରୁଛନ୍ତି। ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଏପରି ବୟାନ ଯୁଦ୍ଧକୁ ବିରାମ ଲଗାଇବାରେ ସହାୟକ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Related Posts