ମହିଳା ହକି ଟିମ ସହ ଫୋନରେ କଥା ହେଲେ ମୋଦି; କହିଲେ ମ୍ୟାଚ ହାରି ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସମସ୍ତ ଖେଳାଳି

mota bhai

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ ଟୋକିଓ ଅଲମ୍ପିକରେ ମ୍ୟାଚ ହାରି ଥିଲେ ମଧ୍ୟ ସମସ୍ତଙ୍କର ହୃଦୟ ଜିତିବାରେ ସମର୍ଥ ହୋଇପାରିଛନ୍ତି । ମ୍ୟାଚ ହାରିବା ପରେ ଭାରତୀୟ ମହିଳା ହକି ଟିମ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଥିଲେ । ହେଲେ ପ୍ରଧାନମନ୍ତ୍ରୀ ତାଙ୍କ ସହ ଫୋନରେ କଥା ହୋଇ ତାଙ୍କର ମନୋବଳକୁ ଦୃଢ କରିଛନ୍ତି । ତେବେ କାନ୍ଦ ନାହିଁ ତୁମେ ମ୍ୟାଚ ହାରି ମଧ୍ୟ ଅନେକ ଖେଳାଳିଙ୍କ ପ୍ରେରଣାର ଉତ୍ସ ହୋଇପାରିଛ ବୋଲି ପ୍ରଧାନମନ୍ତ୍ରୀ ମହିଳା ହକି ଦଳର କ୍ୟାପଟେନଙ୍କୁ କହିଥିଲେ । ଅପରିପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ତାଙ୍କୁ ଉତ୍ସାହିତ କରିଥିବାରୁ କ୍ୟାପଟେନ ରାନୀ ରାମପାଲ ଏବଂ ସମସ୍ତ ଖେଳାଳି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟପଟେ ଟୋକିଓ ଅଲମ୍ପିକରେ ମ୍ୟାଚ ହାରି ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିବାରେ ବଞ୍ଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆମେ ହୁଏତ ପଦକୁ ବଞ୍ଚିତ ହୋଇଛୁ କିନ୍ତୁ ମହିଳା ହକି ଦଳ ନୂଆ ଭାରତର ଆତ୍ମା ପ୍ରଦର୍ଶନ କରିଛି । ଏହା ସହ ତୁମେମାନେ ଭଲ ଖେଳିଲ । ତୁମେ ପଦକ ଆଣି ପାରିଲ ନାହିଁ କିନ୍ତୁ ଦେଶର କୋଟି କୋଟି ଝିଅଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛ ।

ଏପରିକି ନାଭନୀତଙ୍କ ଆଘାତ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ମୁଁ ଦେଖିଥିଲି ନାଭନୀତଙ୍କ ଆଖିରେ କିଛି ଆଘାତ ଲାଗିଛି । ଏହା ପରେ ଅଧିନାୟକ କହିଥିଲେ ତାଙ୍କ ଆଖି ସିଲେଇ ହୋଇଛି । ପ୍ରଧାନମନ୍ତ୍ରୀ ସମସ୍ତ ଆହତ ଖେଳାଳିଙ୍କ ଅବସ୍ଥା ବିଷୟରେ ପଚାରିଥିଲେ । ସେ କହିଥିଲେ ମୁଁ ତୁମର କାନ୍ଦୁଥିବା ଶବ୍ଦ ଶୁଣିପାରେ। ତୁମେ କାନ୍ଦିବା ବନ୍ଦ କର । ଦେଶ ତୁମ ପାଇଁ ଗର୍ବିତ । ଆଦୈ ନିରାଶ ହୁଅ ନାହିଁ । ହକି ଯାହା ଦେଶର ପରିଚୟ, ତୁମର କଠିନ ପରିଶ୍ରମ ହେତୁ ପୁନର୍ଜୀବିତ ହେଉଛି ।

କେବଳ ଏତିକି ନୁହେଁ ବରଂ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍‌ରେ ହକି ଦଳର ପ୍ରଦର୍ଶନକୁ ନେଇ ଗର୍ବ ଅନୁଭବ କରୁଥିବାର ଲେଖିଛନ୍ତି । ତେବେ ଆମେ ପଦକକୁ ଏକ ଭଲ ବ୍ୟବଧାନରେ ହରାଇଛୁ କିନ୍ତୁ ଏହା ଟିମ୍ ଇଣ୍ଡିଆର ଆତ୍ମାକୁ ପ୍ରତିଫଳିତ କରିଥାଏ । ଯେଉଁଠାରେ ଆମେ ଆମର ସର୍ବୋତ୍ତମ ପ୍ରଦର୍ଶନ ଦେଇଥାଉ। ଏହି ସଫଳତା ଦେଶର ଅନେକ ଝିଅମାନଙ୍କୁ ହକି ଖେଳିବା ପାଇଁ ପ୍ରେରଣା ଦେବ । ଏବଂ ବାସ୍ତବରେ ମହିଳା ହକି ଦଳ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ।

Related Posts