୧୨ ଦିନର ଅସୁସ୍ଥତା ପରେ ଆଖିବୁଜିଲା ନନ୍ଦନକାନନର ଧଳା ବାଘୁଣୀ ‘ବିଜୟା’

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୧୨ ଦିନର ଅସୁସ୍ଥତା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୨ ବର୍ଷର ଧଳା ବାଘୁଣୀ ‘ବିଜୟା’ର ମୃତ୍ୟୁ ହୋଇଛି। ସେ ଗତ ୧୧ ତାରିଖରୁ ଅସୁସ୍ଥ ହୋଇ ଖିଆପିଆ କରୁନଥିଲା। ତାକୁ ଗ୍ରହୁ ଥିବା ସଫାରୀରୁ କ୍ଵାରେନଟାଇନ୍ କକ୍ଷକୁ ଆଣି ଚିକିତ୍ସାଧିନ ଅବସ୍ଥାରେ ରହିଥିଲା। ତାକୁ ଆଣ୍ଟିବାୟୋଟିକ ଓ ଆଣ୍ଟିଟ୍ରେସ ଦେଇ ଚିକିତ୍ସା କରାଯାଇଥିଲା।ଅବସ୍ଥାରେ ସୁଧାର ଆସି ଖିଆପିଆ କରିବାରୁ ଗୁରୁବାର ଖୁଆଡକୁ ଅଣାଯାଇଥିଲା। ଆଜି ସେଠାରେ ତାର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ତାର ଶବ ବ୍ୟବଚ୍ଛେଦ ଲାଗି ରଖାଯାଇଛି।

ତେବେ ବିଜୟା ଗତ ୨୦୧୦ ମସିହା ମାର୍ଚ୍ଚ ମାସ ୧ ତାରିଖରେ ନନ୍ଦନକାନନରେ ସର୍ବାଧିକ ୨୨ ବର୍ଷ ବଞ୍ଚି ରହିବାର ରେକର୍ଡ କରିଥିବା ଧଳା ରଙ୍ଗର ବାଘୁଣୀ କୁସୁମ ଗର୍ଭରୁ ସାଧାରଣ ନାଲି ରଙ୍ଗର ମାହାବଳ ବାଘ ନିଶାନ ମିଳନରୁ ଜନ୍ମଲାଭ କରିଥିଲା। ବିଜୟା ଗର୍ଭରୁ ପର୍ଯ୍ୟାୟକ୍ରମେ ତିନିଥରରେ ମୋଟ ୭ଟି ଶାବକ ଜନ୍ମ ନେଇଛନ୍ତି। ସେ ମଧ୍ୟରୁ ଗତ ୨୦୧୬ ମସିହା ଅଗଷ୍ଟ ୯ ତାରିଖରେ ପ୍ରଥମ ଗର୍ଭରୁ ସାଧାରଣ ନାଲି ରଙ୍ଗର ମହାବଳ ବାଘ ରୋଷନ ମିଳନରୁ ସାଧାରଣ ନାଲି ରଙ୍ଗର ଆଦିତି ଓ ଧଳା ରଙ୍ଗ ସାହିଲକୁ ଜନ୍ମ ଦେଇଥିଲା। ଦ୍ବିତୀୟ ଗର୍ଭରୁ ୨୦୧୮ ସେପ୍ଟେମ୍ବର ୨୩ ତାରିଖରେ ରୋଷନ ମିଳନରୁ ଧଳା ରଙ୍ଗର ରୂପା ଓ ନାଲି ରଙ୍ଗର ରାଜେଶ ଶାବକଙ୍କୁ ଜନ୍ମ ଦେଇଥିଲା। ତୃତୀୟ ଗର୍ଭରୁ ୨୦୨୧ ମସିହା ମାର୍ଚ୍ଚ ମାସ ୨୮ ତାରିଖରେ ସାଧାରଣ ରଙ୍ଗର ମହାବଳ ବାଘ ସେଫ ମିଳନରୁ ରକି,ବଂଶୀ ଓ ରାକେଶ ୩ଟି ସାଧାରଣ ନାଲି ରଙ୍ଗର ଛୁଆଙ୍କୁ ଜନ୍ମ ଦେଇଛି।

Related Posts