ନଦିଆ ଦୁଷ୍କର୍ମ ମାମଲା; ଫେରାର ରାମଜିତଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ନଦିଆ ଦୁଷ୍କର୍ମ ମାମଲାରେ ଫେରାର ରାମଜିତଙ୍କୁ ଗିରଫ କରିଛି ସିବିଆଇ । ନଦିଆ ଜିଲ୍ଲାର ରାମଘାଟ ଏରିଆରୁ ତାକୁ ଗିରଫ କରାଯାଇଛି। ଘଟଣା ପରଠାରୁ ରାମଜିତ ଫେରାର ଥିଲା। ହେଲେ କୌଶଳ କ୍ରମେ ସିବିଆଇ ଶନିବାର ତାକୁ ଗିରଫ କରିବାରେ ସଫଳ ହୋଇଛି। ଏହା ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଟିଏମ୍ସି ନେତାଙ୍କ ପୁଅ ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି ସାରିଛି ପଶ୍ଚିମବଙ୍ଗ ପୁଲିସ୍। ଘଟଣାରେ ଟିଏମ୍ସି ନେତାଙ୍କ ସମ୍ପୃକ୍ତି ରହୁଥିବାରୁ ଏହାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ।

ଏଥିସହିତ ପୂର୍ବରୁ ରାଜ୍ୟ ପୁଲିସ ତଦନ୍ତ କରିଥିବା ସମସ୍ତ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରିବାକୁ କହିବା ସହିତ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ନଦିଆ ଜିଲ୍ଲା ହସଖାଳି ଗାଁର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହିତ ନୃଶଂସତା କରାଯାଇଥିଲା। ଆହତ କାରଣରୁ ପୀଡ଼ିତା ଯନ୍ତ୍ରଣାରେ ମୃତ୍ୟୁବରଣ କରିଥିଲେ। ଟିଏମ୍ସି ନେତାଙ୍କ ପୁଅଙ୍କ ଚାପରେ ପୀଡ଼ିତାଙ୍କୁ ଡାକ୍ତରଖାନା ନେଇପାରି ନଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।

Related Posts