ପଟିଆଲା କୋର୍ଟରେ ଆତ୍ମସମର୍ପଣ କଲେ ନବଜୋତ ସିଂ ସିଦ୍ଧୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଟିଆଲା କୋର୍ଟରେ ଆତ୍ମସମର୍ପଣ କଲେ ନବଜୋତ ସିଂ ସିଦ୍ଧୁ । ତେବେ ୧୯୮୮ର ଏକ ‘ରୋଡ୍ ରେଜ୍‌’ ମାମଲାରେ ସୁପ୍ରିମ୍ କୋର୍ଟ ତାଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାର ଗୋଟିଏ ଦିନ ପରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ଏଠାରେ ଏକ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ସେପଟେ ନବତେଜ ସିଂ ଚିମାଙ୍କ ସମେତ ଦଳର କିଛି ନେତାଙ୍କ ସହ ସେ ଶୁକ୍ରବାର ଅପରାହ୍ନରେ ଜିଲ୍ଲା ଅଦାଲତରେ ପହଞ୍ଚିଥିଲେ।

ଚିମା ସିଦ୍ଧୁଙ୍କୁ ଏକ ଏସୟୁଭିରେ ବସାଇ କୋର୍ଟକୁ ନେଇ ଆସିଥିଲେ। ଅଦାଲତରେ ଆତ୍ମସମର୍ପର ପରେ ନବଜୋତ ସିଂ ସିଦ୍ଧୁଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଟିଆଲାର ମାତା କୌଶଲ୍ୟା ଡାକ୍ତରଖାନାକୁ ନିଆ ଯାଇଥିଲା। ୧୯୮୮ ର ଏକ ରୋଡ୍ ରେଜ୍ ମାମଲାରେ ସୁପ୍ରିମ୍ କୋର୍ଟ ତାଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାର ଗୋଟିଏ ଦିନ ପରେ ସିଦ୍ଧୁ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କୁ ପଟିଆଲା ଜେଲରେ ରଖାଯିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts