ପୁରୁଣା ବନ୍ଧୁ ପ୍ରଶାନ୍ତ କିଶୋରଙ୍କୁ ଭେଟିଲେ ନବଜୋତ ସିଂ ସିଦ୍ଧୁ; ଫୋଟ ସେୟାର କରି ଏପରି କହିଲେ ସିଦ୍ଧୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବହୁ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ତେବେ ଦୀର୍ଘ ଦିନ ଧରି ପ୍ରଶାନ୍ତ କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଗତକାଲି ପ୍ରଶାନ୍ତ କିଶୋର କଂଗ୍ରେସର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେପଟେ ଏହା ମଧ୍ୟରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଏକ ଫୋଟ ଟ୍ୱିଟରରେ ସେୟାର କରିଛନ୍ତି । ଏହା ସହ ମୋର ପୁରୁଣା ବନ୍ଧୁ ପି.କେ ସହିତ ଏକ ଚମତ୍କାର ସାକ୍ଷାତ ହୋଇଥିଲା । ପୁରୁଣା ମଦ, ପୁରୁଣା ସୁନା ଏବଂ ପୁରୁଣା ବନ୍ଧୁମାନେ ତଥାପି ସର୍ବୋତ୍ତମ ବୋଲି ସିଦ୍ଧୁ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଅନ୍ୟପଟେ କଂଗ୍ରେସର ଅନ୍ତରୀଣକ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପାର୍ଟିରେ ଯୋଗ ଦେବାକୁ ପ୍ରଶାନ୍ତଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ପ୍ରଶାନ୍ତ କିଶୋର ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେପଟେ ଫେବୃଆରୀ-ମାର୍ଚ୍ଚ ବିଧାନସଭା ନିର୍ବାଚନ ସମୟରେ ସିଦ୍ଧୁ ପଞ୍ଜାବର ପିସିସି ସଭାପତି ଥିଲେ । କିନ୍ତୁ ପଞ୍ଜାବ ବିଧାନସଭା ନିର୍ବଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts