ଯାଆଁଳା ଇନ୍ଫୋଭେଲି ଥାନା ଅଂଚଳରେ ନକିଲି ସିଗାରେଟ କଂପାନୀ ଉପରେ ମୁମ୍ବାଇ ଆଇ.ପି. ଇନଭେଷ୍ଟିକେସନ ଟିମର ଚଢ଼ାଉ

ଜଟଣୀ : ନକିଲି ସିଗାରେଟ କଂପାନୀ ଉପରେ ମୁମ୍ବାଇ ଆଇ.ପି. ଇନଭେଷ୍ଟିକେସନ ଟିମର ଚଢ଼ାଉ । ଯାଆଁଳା ଇନ୍ଫୋଭେଲି ଥାନା ଅଂଚଳରେ ଥିବା ବେଳେ ଏହା ଉପରେ ଚଢ଼ାଉ କରିଛି ଆଇ.ପି. ଇନଭେଷ୍ଟିକେସନ ଟିମ । ଟୋଟନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଚାରି ଜଣିଆ ଟିମ୍‌, କମିଶନରରେଟ ପୋଲିସର ସହାୟତାରେ ଏହି ଚଢ଼ାଉ କରିଛି ।

ଯାଆଁଳା ଅଲକର ଗ୍ରାମରେ ଚାଲିଥିବା ନକଲି ସିଗାରେଟ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି । ବିପୁଳ ପରିମାଣର ସିଗାରେଟ ସହିତ କମ୍ପାନୀକୁ ପୋଲିସ ଉପସ୍ଥିତରେ ସିଲ କରିଛି ଟିମ l

ତିନୋଟି କମ୍ପାନୀ H 10, wiz FLAKE, ଓ S STAR କମ୍ପାନୀର ସିଗାରେଟ ଏଠାରେ ପ୍ରସ୍ତୁତ କରାଯାଉଥିଲା l ଏଇ ନେଇ କମ୍ପାନୀ ମାଲିକ କହିଛନ୍ତି ଏଇ ଅଭିଯୋଗ ମିଥ୍ୟା, ଆମ ପାଖରେ ଥିବା ଲାଇସେନ୍ସ ଅନୁସାରେ ଆମେ ଆମ ବ୍ରାଣ୍ଡରେ ତିଆରି କରୁଛୁ ଓ କୌଣସି ନକଲି କାମ ଏଠାରେ କରୁନାହୁଁ ଆମ କମ୍ପାନୀ ନାରେ ଥିବା ବ୍ରାଣ୍ଡରେ ଆମେ ଆମର ସିଗାରେଟ ତିଆରି କରୁଛୁ l

Related Posts