କ୍ଷୀରରେ ସ୍ନାନ କଲେ ସାଂସଦ ନବନୀତ ରାଣା ଓ ବିଧାୟକ ରବି ରାଣା

ଅମରାବାତୀ: କ୍ଷୀର ସ୍ନାନ କରିଛନ୍ତି ରାଣା ଦମ୍ପତି । ଦୀର୍ଘ ୩୬ ଦିନ ପରେ ଅମରାବତୀ ସ୍ଥିତ ଶଙ୍କରନଗରସ୍ଥିତ ବାସଭବନରେ ପହଞ୍ଚିଛନ୍ତି ଏହି ଅବସରରେ ତାଙ୍କୁ କ୍ଷୀରରେ ସ୍ନାନ କରାଯାଇଛି । ଦୁଗ୍ଧ ଅଭିଷେକ ସମାରୋହରେ ଯୁବ ସ୍ବାଭିମାନ ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ମୁମ୍ବାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ପାଠ କରିବାକୁ ପହଞ୍ଚିଥିବା ରାଣା ଦମ୍ପତି ୧୪ ଦିନ ଜେଲରେ ଥିଲେ ।

୩୬ ଦିନ ଧରି ଅମରାବତୀରୁ ବାହାରେ ରାଣା ଦମ୍ପତିଙ୍କୁ ଅମରାବତୀ ଜିଲ୍ଲାର ତିଭାସା ସହରରେ ସ୍ବାଗତ କରାଯାଇଥିଲା । ପରେ ରାଣା ଦମ୍ପତିଙ୍କୁ ନନ୍ଦଗାଓଁ ପେଥ୍, ଭଡଗାଓଁ, ପଞ୍ଚବଟୀ ଚୌକ୍ ଠାରେ ସ୍ବାଗତ କରାଯାଇଥିଲା । ସେମାନେ ଦଶହରା ମଇଦାନ ହନୁମାନ ମଣ୍ଡପରେ ହନୁମାନ ଚାଳିଶା ପାଠ କରିଥିଲେ ।

Related Posts