ଯୁଦ୍ଧ ପରିସ୍ଥିତିରେ ପ୍ରାୟ ୨୨୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ୟୁକ୍ରେନରୁ ସ୍ୱଦେଶ ଫେରିଛନ୍ତି: ଏସ ଜୟଶଙ୍କର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଆଜି ୨୦ ଦିନରେ ପହଞ୍ଚିଛି । ଯୁଦ୍ଧ ଫଳରେ ହଜାର ହଜାର ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଥିଲେ । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଅପରେଶନ ଗଙ୍ଗା ଆରମ୍ଭ କରିଥିଲେ । ଏହା ମଧ୍ୟରେ ୟୁକ୍ରେନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ବର୍ହିବ୍ୟାପାର ମନ୍ତୀ ଏସ ଜୟଶଙ୍କର ବଡ଼ ବୟାନ ଦେଇଛନ୍ତି । ତେବେ ଯୁଦ୍ଧ ପରିସ୍ଥିତିରେ ୟୁକ୍ରେନରୁ ପ୍ରାୟ ୨୨୫୦୦ରୁ ଉର୍ଦ୍ଧ୍ୱ ଛାତ୍ର ସ୍ୱଦେଶ ଫେରିଛନ୍ତି । ଲଗାତାର ଭାବରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିଥିଲୁ କିନ୍ତୁ ଆମ ସମ୍ମୁଖରେ ଏକ ଆହ୍ୱାନ ଥିଲା ଯେ ନାଗରିକମାନଙ୍କୁ କିପରି ସମ୍ପୂର୍ଣ୍ଣ ସୁରକ୍ଷିତ ସେଠାରୁ ବାହାର କରାଯିବ । ଏହାକୁ ଧ୍ୟାନରେ ରଖି ଭାରତ ସରକାର ଅପରେଶନ ଗଙ୍ଗା ଆରମ୍ଭ କରିଥିଲେ । କଠିନ ପରିସ୍ଥତିରେ ମଧ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଏହା ଏକ ପ୍ରମୁଖ ଅପରେଶନ ରହିଥିଲା ବୋଲି ଜୟଶଙ୍କର କହିଛନ୍ତି ।

ସେପଟେ ଫେବୃଆରୀ ୧୫, ୨୦ ଓ ୨୨ ତାରିଖରେ ଭାରତୀୟ ଛାତ୍ର ଏବଂ ନାଗରିକମାନଙ୍କୁ ୟୁକ୍ରେନ ଛାଡ଼ିବାକୁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଥିଲା । ଲଗାତାର ଆଡଭାଇଜରୀ ଜାରି ହେବା ସତ୍ତ୍ୱେ ପାଠ ପଢ଼ା ବନ୍ଦ ହୋଇଯିବା ଭୟରେ ବହୁ ସଂଖ୍ୟକ ଛାତ୍ର ସେଠାରେ ଫସି ରହିଥିଲେ । ଯେତେବେଳେ ପରିସ୍ଥିତି ଅଧିକ ଖରାପ ହେଲା, ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ର ସେଠାରେ ଫସି ରହିଥିଲେ । ଏହାକୁ ଦୃଷ୍ଟିରେ ରଖି ଭାରତ ସମେତ ୟୁକ୍ରେନ ଦୂତାବାସରେ ଏକ କଲ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା ।

Related Posts