ମଙ୍କିପକ୍ସ ଆତଙ୍କ; ଲକ୍ଷଣ ବାହାରିଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଙ୍କିପକ୍ସ ନେଇ ଯେଉଁଠି ଲକ୍ଷଣ ବାହାରୁଛି, ସେଠି ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶା କର୍ମୀ ଏବଂ ଏଏନଏମ କର୍ମୀ ମଧ୍ୟ ରହିଛନ୍ତି। ଲକ୍ଷଣ ଆସିଲେ ସେମାନଙ୍କୁ ଖବର ଦେଇପାରିବେ। ଯେଉଁ ଗାଇଡ ଲାଇନ୍ ଦିଆଯାଇଛି ତାକୁ ନେଇ ସତର୍କ ରହିବା ଆବଶ୍ୟକ। ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଟେଷ୍ଟ କରି ଆଇସୋଲେସନରେ ରୁହନ୍ତୁ।ଯଦି ଜ୍ଵର ହେଇ ହାତ ଓ ଗୋଡରେ ଘା ହୋଇ ଫୋଟକା ହୁଏ । ତେବେ ସ୍ୱାସ୍ଥ୍ୟ ବିଭାଗକୁ ଜାଣନ୍ତୁ, ଏବଂ ନିଜକୁ ଆଇସୋଲେଟରେ ରୁହନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ମୁଖ୍ୟ ହସ୍ପିଟାଲ ମାନଙ୍କରେ ଆଇସୋଲେଟ୍ ବେଡ଼ ରଖାଯାଇଛି। ଯଦି କୌଣସି କାରଣରୁ ଗୁରୁତର ରୋଗୀ ଆସନ୍ତି ତେବେ ସେମାନଙ୍କ ପାଇଁ ଆଇସିୟୁ ବେଡ଼ ରଖାଯାଇଛି। ମଙ୍କିପକ୍ସ ଜଟିଳ ହେଲେ ନିମୋନିଆ ଏବଂ ବ୍ରେନ୍ ଉପରେ ପ୍ରଭାବ ପକାଏ । ଏହାକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସା ସହ ଆଇସିୟୁର ମ୍ୟାନେଜମେଣ୍ଟ ଆବଶ୍ୟକ ପଡ଼ିଲେ ଅଲଗା ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି। ଯେଉଁଠି ଲକ୍ଷଣ ବାହାରୁଛି ପାଖ ଡାକ୍ତରଖାନା ଯାଆନ୍ତୁ। କିମ୍ବା ଆଶା କର୍ମୀ ଏବଂ ଏଏନଏମ କର୍ମୀ ମଧ୍ୟ ରହିଛନ୍ତି। ଲକ୍ଷଣ ଆସିଲେ ସେମାନଙ୍କୁ ଖବର ଦେଇପାରିବେ।

Related Posts