ମଙ୍କିପକ୍ସ ଭୟ: ଝାଡଖଣ୍ଡର ଦେଓଘରରେ ଜଣେ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ

ରାଞ୍ଚି: କରୋନା ପରେ ଏବେ ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇବା ରେ ଲାଗିଛି ମଙ୍କିପକ୍ସ ଭାଇରସ। ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ୁଥିବା ବେଳେ, ଟା ସାଙ୍ଗକୁ ତାଳ ଦେଇ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଛି । ତେବେ ଏହାରି ମଧ୍ୟରେ ଭାରତରେ ମଧ୍ୟରେ ଧିରେ ଧୀରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । କେରଳ, ତାମିଲନାଡୁ ଓ ଦିଲ୍ଲୀ ପରେ ଏବେ ଝାଡଖଣ୍ଡର ଦେଓଘରରେ ମଧ୍ୟ ଜଣେ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ତେବେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ। ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ପୂରାପୁରି ଆଲର୍ଟ ମୁଡ୍‌ ଆସିଯାଇଛି।

ଦେଓଘର ଡେପୁଟି କମିଶନର ମଞ୍ଜୁ ନାଥ ଭଜୟନ୍ତ୍ରି କହିଛନ୍ତି ଯେ ପୂର୍ବରୁ ହିଁ ମଙ୍କିପକ୍ସକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ଦେଓଘରକୁ ଆସୁଥିବା ରେଳ ଯାତ୍ରୀ ଏବଂ ବିମାନରେ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି। ଅନୁସନ୍ଧାନ ବେଳେ ମଙ୍କିପକ୍ସର ଜଣେ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରାଯାଇଛି, ଯାହାର ନମୂନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି।

ସୂଚନା ମୁତାବକ, ମଙ୍କିପକ୍ସରେ ସଂକ୍ରମିତ ହୋଇ କେରଳର ଜଣେ ୨୨ ବର୍ଷିୟ ଯୁବକଙ୍କ ଜୁଲାଇ ୩୦ରେ ପ୍ରାଣ ହରାଇଛନ୍ତି। ଏହା ପୂର୍ବରୁ ସେ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ନେଇ ସନ୍ଦେହ କରାଯାଉଥିଲା ତେବେ ତାଙ୍କ ମୃତ୍ୟୁ ପରେ ଏହା ନିଶ୍ଚିତ ହୋଇଥିଲା।

Related Posts