ମଙ୍କିପକ୍ସ ଭୟ: ସପ୍ତାହରେ ୭୭ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଏବେ ମୁଣ୍ଡ ଟେକିଛି ଆଉ ଏକ ଭୁତାଣୁ । ମଙ୍କିପକ୍ସର ଭୟ ଏବେ ସମଗ୍ର ବିଶ୍ଵକୁ କବଳିତ କରିବାରେ ଲାଗିଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସର ଚିହ୍ନଟ ସଂଖ୍ୟାରେ ସପ୍ତାହରେ ୭୭ ପ୍ରତିଶତ ବୃଦ୍ଧି ଘଟିଥିବା କହିଛି । ଏହାସହ ଏହି ସଂଖ୍ୟା ଏବେ ସାରା ଦୁନିଆରେ ୬,୦୦୦ରୁ ଅଧିକ ହୋଇଛି।

ଅନ୍ୟପଟେ ଅଫ୍ରିକାରେ ଅନେକ ସଂସ୍ଥାରେ ଦୁଇ ଜଣଙ୍କ ଏହି ଭାଇରସରେ ମୃତ୍ୟୁ ହୋଇଛି। ମଙ୍କିପକ୍ସର ଅଧିକାଂଶ ମାମଲାର ୟୁରୋପ ଏବଂ ଆଫ୍ରିକାରେ ଚିହ୍ନଟ ହୋଇଛି।

ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସିର ସୂଚନା ଅନୁସାରେ, ଏହି ରହସ୍ୟମୟ ରୋଗ କେବଳ ସେହି ପୁରୁଷଙ୍କ ନିକଟରେ ଚିହ୍ନଟ ହେଉଛି ଯେଉଁମାନେ କେବଳ ପୁରୁଷଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିଲେ।

ଡବ୍ଲୁଏଚଓ ଅନୁସାରେ ଗତ ସୋମବାର ସୁଦ୍ଧା ୫୯ଟି ଦେଶରେ ମଙ୍କିପକ୍ସର ୬,୦୨୭ଟି ମାମଲା ଚିହ୍ନଟ ହୋଇସାରିଛି । ଜୁନ ୨୭ରେ ଶେଷ ହୋଇଥିବା ସପ୍ତାହର ଗଣନାଠାରୁ ୨,୬୧୪ ମାମଲା ବୃଦ୍ଧି ପାଇଛି । ଏଥିରେ କୁହାଯାଇଛି ଯେ, ଏଥିରେ ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତେ ଆଫ୍ରିକାର ହୋଇଥିବା କୁହାଯାଇଛି ।

ଡବ୍ଲୁଏଚଓ ଅନୁସାରେ ନଅଟି ନୂଆ ଦେଶରେ ସଂକ୍ରମଣ ଚିହ୍ନଟ ହୋଇଛି, ସେହିପରି ୧୦ଟି ଦେଶରେ ତିନି ସପ୍ତାହ ଧରି କୌଣସି ନୂଆ ମାମଲା ଚିହ୍ନଟ ହୋଇନାହିଁ । ଆସନ୍ତା ଜୁଲାଇ ୧୮ରେ ଡବ୍ଲୁଏଚଓର ବିଶେଷଜ୍ଞ କମିଟିର ଏହା ଉପରେ ବୈଠକ ହେବ ।

Related Posts