“ମୋହନ ଭଗବତଙ୍କର ହୁଏତ ଅଉରଙ୍ଗଜେବଙ୍କ ଡିଏନ୍ଏ ଥାଇପାରେ, ଆମ ପାଖରେ ନାହିଁ “: ଦସନା ମନ୍ଦିର ପୁଜାରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ‘ସବୁ ଭାରତୀୟଙ୍କ DNA ଏକ’ ବୟାନ ପରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ଏବେ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି। ପ୍ରଥମେ ଭିଏଚପିର ତୋଗଡିଆ ଏବେ ଗାଜିଆବାଦର ଦସନା ଦେବୀ ମନ୍ଦିରର ପୁରୋହିତ ୟତୀ ନରସିଂହାନନ୍ଦ ସରସ୍ୱତୀ ମଧ୍ୟ ଭାଗବତଙ୍କ ବୟାନକୁ ନାପସନ୍ଦ କରିଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭଗବତ କହିଥିଲେ ଯେ “ସମସ୍ତ ଭାରତୀୟଙ୍କ ଡିଏନଏ ସମାନ”। ଏହା ପରେ ବିବାଦ ଦେଖାଦେଇଥିଲା। ଏବେ ଏହି ବୟାନ ଉପରେ କଡା ପ୍ରତିକ୍ରିୟା ରଖି ପୁରୋହିତ ୟତୀ ନରସିଂହାନନ୍ଦ ସରସ୍ୱତୀ କହିଛନ୍ତି ଯେ, ” ତାଙ୍କର (ଭାଗବତ) ହୁଏତ ଅଉରଙ୍ଗଜେବର ଡିଏନ୍ଏ ରହିଛି , କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ସତ୍ୟ ନୁହେଁ । ” ଗାଜିଆବାଦର ଦସନା ଦେବୀ ମନ୍ଦିରର ପୁରୋହିତ ୟତୀ ନରସିଂହାନନ୍ଦ ସରସ୍ୱତୀ ପୂର୍ବରୁ ମନ୍ଦିର ପରିସରରେ ପ୍ରବେଶ କରି ଟ୍ୟାପରୁ ପାଣି ପିଇବା ପାଇଁ ଉକ୍ତ ବାଳକକୁ ଦିଆଯାଇଥିବା “ଦଣ୍ଡ” କୁ ସେ ଯଥାର୍ଥତା ଦର୍ଶାଇଥିଲେ। 

 ସୂଚନାଯୋଗ୍ୟ ଯେ, ଜୁଲାଇ ୪ ରେ ଗାଜିଆବାଦରେ ମୁସଲିମ ରାଷ୍ଟ୍ରମଞ୍ଚର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଆରଏସଏସ ପ୍ରମୁଖ ମୋହନ ଭାଗବତ କହିଥିଲେ ଯେ ହିନ୍ଦୁ ମୁସଲିମ ମଧ୍ୟରେ ଏକତା ରହିଛି । ଆମେ ଏକ ଗଣତାନ୍ତ୍ରିକ ଦେଶରେ ରହିଛୁ । ହିନ୍ଦୁ ମୁସଲିମ ମଧ୍ୟରେ ଲଢେଇର ଆବଶ୍ୟକତା ନାହିଁ । ଏହା ସହ ଲିଞ୍ଚିଂକୁ ନେଇ ମଧ୍ୟ ମତ ରଖିଛନ୍ତ ମୋହନ ଭାଗବତ । ଭିଡ ଭିତରେ ଲୋକଙ୍କୁ ପିଟି ପିଟି ହତ୍ୟା କରାଯାଉଥିବା ଲୋକ ହିନ୍ଦୁତ୍ବର ବିରୋଧ ବୋଲି ସେ କହିଥିଲେ । ଦେଶରେ ଏକତା ବିନା ବିକାଶ ଅସମ୍ଭବ ଏବଂ ଦେଶରେ ଏକତାର ଆଧାର ଭରତୀୟତା ହେବା ଜରୁରୀ । ଭାରତର ଲୋକମାନଙ୍କର DNA ଏକ । ହିନ୍ଦୁ ଏବଂ ମୁସିଲମ୍ ଦୁଇଟି ଗୋଷ୍ଠୀ ନୁହଁନ୍ତି, ଏକ ହେବାର କିଛି ନାହିଁ, ସେମାନେ ପୂର୍ବରୁ ଏକାଠି ଅଛନ୍ତି। ଭାଗବତଙ୍କ ଏହି ଭାଷଣକୁ ନେଇ ବିରୋଧୀ ମଧ୍ୟ ତାଙ୍କୁ ଟାର୍ଗେଟ କରି ଥିଲେ। 

       ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ପଚାରିଥିଲେ ଯେ , ” ମୋହନ ଭାଗବତ ଜୀ, ଆପଣ କଣ ଆପଣଙ୍କ ଶିଷ୍ୟ, ପ୍ରଚାରକ , ବିଶ୍ୱ ହିନ୍ଦୁ ପରିଷଦ / ବଜରଙ୍ଗ ଦଳର କର୍ମୀ ମାନଙ୍କୁ ମଧ୍ୟ ଏହି ବିଚାର ଦେବ କି ?  ଆପଣ ମୋଦୀ ଜୀ ଏବଂ ବିଜେପିର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ଏହି ଶିକ୍ଷା ଦେବେ କି ?”  ସେହିପରି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ମଧ୍ୟ ଭଗବତଙ୍କ ବୟାନ ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରି ଥିଲେ । ସେହିପରି ବିଏସପି ମୁଖ୍ୟ ମଧ୍ୟ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କୁ ଟାର୍ଗେଟ କରି ଥିଲେ। 

Related Posts