ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ଇଣ୍ଡିଆ ମେଣ୍ଟ ଏବେଠାରୁ ପ୍ରସ୍ତୁତିରେ ଲାଗି ଗଲାଣି । ମେଣ୍ଟର ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ପାଇଁ ବିଚାରବିମର୍ଷ ଆରମ୍ଭ ହୋଇଯାଇଛି । ସେପଟେ ଦେଶର ସବୁଠାରୁ ହାଇପ୍ରୋଫାଇଲ ଲୋକସଭା ଆସନ ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧା ଟକ୍କର ଦେବାକୁ ବି ଯୋଜନା କରାଯାଉଛି ।
ମୋଦୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ଏକ ବଡ଼ ନାମ ଉପରେ ବିଚାର କରାଯାଉଛି । ଏଥିପାଇଁ ଦୁଇଟି ନାମ ଉପରେ ମେଣ୍ଟ ପକ୍ଷରୁ ବିଚାର କରାଯାଉଛି ଗୋଟିଏ ହେଉଛି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସେହିପରି ଏକ ୩ୟ ବିକଳ୍ପ ଉପରେ ବି ବିଚାର କରାଯାଉଛି, ସେ ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ।
ଜାତୀୟ ଗଣମାଧ୍ୟମ ଏନଡିଟିଭିର ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ହାଇପ୍ରୋଫାଇଲ ଆସନ ବାରାଣାସୀ ପାଇଁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦୁଇଟି ନାମ ପ୍ରସ୍ତାବ ଦିଆଯାଇଛି। ଏମାନେ ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା।
ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ରଖିଛନ୍ତି। ସେହିପରି ମଲ୍ଲିକାର୍ଜୁନ ଖଡଗେ ଇଣ୍ଡିଆ ଆଲାଏନ୍ସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାନେଇ ମମତା ମଧ୍ୟ ପ୍ରସ୍ତାବ ରଖିଥିଲେ।